ଟିକା ନେବା ପରେ ଗଲାଣି ୧୮୦ ଜୀବନ

ନୂଆଦିଲ୍ଲୀ, ୧୦।୪: ଭାରତରେ କୋଭିଡ୍‌ ଟିକା ନେବା ପରେ ମାର୍ଚ୍ଚ ୩୧ ମଧ୍ୟରେ ୧୮୦ ଜଣଙ୍କର ମୃତ୍ୟୁ ହେଲାଣି। ୭୫ ପ୍ରତିଶତ ମୃତ୍ୟୁ ଟିକା ନେବାର ୩ ଦିନ ମଧ୍ୟରେ ହୋଇଛି। ଜାତୀୟ ଏଇଏଫ୍‌ଆଇ (ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍‌ ଇମ୍ୟୁନାଇଜେଶନ) କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସେହିମାସ ୨୭ ବେଳକୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଫେବୃୟାରୀ ୨୬ ସୁଦ୍ଧା ୪୬ ଜଣଙ୍କର ଏବଂ ମାର୍ଚ୍ଚ ୧୬ ସୁଦ୍ଧା ୮୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଟିକାକରଣ ବଢ଼ିବା ସହ ମାର୍ଚ୍ଚ ୧୬ରୁ ୨୯ ମଧ୍ୟରେ ୯୧ ଜଣଙ୍କର ଜୀବନ ଯାଇଛି।
ଭାରତରେ ଟିକା ପରବର୍ତ୍ତୀ ପ୍ରତିକୂଳ ପ୍ରଭାବ ଓ ମୃତ୍ୟୁର ୟୁରୋପୀୟ ସଂଘ ଏବଂ ବ୍ରିଟେନରେ ରେକର୍ଡ ହୋଇଥିବା ପ୍ରଭାବ ସହ ସମାନ ବୋଲି ରିପୋର୍ଟରେ କୁହାଯାଇଛି। ୟୁରୋପୀୟ ସଂଘ ଓ ବ୍ରିଟେନ ପ୍ରଥମେ ଅସ୍ବୀକାର କରୁଥିଲେ ହେଁ ସବିଶେଷ ତଦନ୍ତ ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ନେବା ପରେ କେତେଜଣଙ୍କଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦେଇଥିବା ସ୍ପଷ୍ଟ ହୋଇଥିଲା। ମାର୍ଚ୍ଚ ୩୧ରେ ନ୍ୟାଶନାଲ ଏଇଏଫ୍‌ଆଇ କମିଟି ତଥ୍ୟ ଅନୁଯାୟୀ ପ୍ରତିକୂଳ ପ୍ରଭାବ ଦେଖାଦେଇଥିବା ୩୦୫ ଜଣଙ୍କ ମଧ୍ୟରୁ ୨୭୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତରୁ ଅଧିକଙ୍କ ଠାରେ ଗମ୍ଭୀର ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ଜନସ୍ବାସ୍ଥ୍ୟ କର୍ମୀ ମାଲିନି ଐସୋଲାଙ୍କ କହିବା ଅନୁଯାୟୀ କୋଭିଶିଲ୍ଡ ଟିକା ଆଷ୍ଟ୍ରାଜେନିକା ଅନୁରୂପ ହୋଇଥିବାରୁ ବ୍ରିଟେନରେ ଦେଖାଦେଇଥିବା ବିରଳ ସ୍ଥିତି ସମ୍ପର୍କରେ ଅଧିକ ଅନୁଧ୍ୟାନ ହେବା ଆବଶ୍ୟକ। ୟୁରୋପୀୟ ସଂଘ ଏବଂ ବ୍ରିଟେନରେ ୨.୫ କୋଟି ଲୋକ କୋଭିଡ୍‌ ଟିକା ନେଇଥିବାବେଳେ ସେମାନଙ୍କ ମଧ୍ୟରେ ୮୬ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବା ସହ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ୯ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଦିଆସରିଲାଣି। ସେଥିରୁ ଅଧିକାଂଶ କୋଭିଶିଲ୍ଡ ଟିକା ଯାହା ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ ଓ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଛି।

ଏମ୍ସର ୩୫ ଡାକ୍ତର କରୋନା ସଂକ୍ରମିତ

ଦିଲ୍ଲୀ ଏମ୍ସର ୩୫ ଜଣ ଡାକ୍ତର ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିନକ ପୂର୍ବରୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତରଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଏହି ଡାକ୍ତରମାନେ କୋଭିଡ୍‌ ଟିକା ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣ ହୋମ୍‌ ଆଇସୋଲେଶନରେ ରହିଥିବାବେଳେ ୫ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀରେ ଗୁରୁବାର ୭,୪୩୭ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦିନକରେ ଏହା ସର୍ବାଧିକ ସଂକ୍ରମଣ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri