୧୮ ରଥଚକ ନିର୍ମାଣ ସରିଲା

ପୁରୀ ଅଫିସ, ୨୧ା୫: ମହାପ୍ରଭୁଙ୍କ ଭଉଁରୀ ଯାତ୍ରାକୁ ଆଉ ଦିନଟିଏ ବାକି ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଭଉଁରୀରେ ଚକ ଅଖ ଡେରା ନୀତି ଥିବାରୁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତିନି ରଥର ସମୁଦାୟ ୪୨ଟି ଚକ ମଧ୍ୟରୁ ୧୮ଟିର ନିର୍ମାଣ ଶେଷ ହୋଇଛି। ଏଥିମଧ୍ୟରେ ତାଳଧ୍ୱଜର ୬, ଦେବଦଳନର ୫ ଏବଂ ନନ୍ଦିଘୋଷ ରଥର ୭ ଚକ ରହିଛି। ସେହିପରି ସାଲଗୁଜ, ଜଳଯନ୍ତ୍ର, ତୀଖ ଗୁଜ, କୁଡୁକା ନିର୍ମାଣ ସରିଛି। ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ୩ଟି ନାହାକା ଅଖ କାମ ଶେଷ ହୋଇଛି। ଭଉଁରୀ ଅବସରରେ ଉକ୍ତ ୩ଟି ଅଖରେ ଦୁଇଟି ଲେଖାଏ ଚକ ସଂଯୋଗ କରାଯାଇ ଚକାଡେରା ନୀତି ସମ୍ପନ୍ନ କରାଯିବ। ତିନିରଥର ସମସ୍ତ ୪୪ଟି ଯୋଖା ନିର୍ମାଣ ସରିଛି। ଶୁକ୍ରବାର ସପ୍ତମ ଚକ ତୁମ୍ବରେ ଅର ସଂଯୋଗ ସହ ଅଖବିନ୍ଧ ହୋଇ ପନ୍ଧାରୀ ଏବଂ ବଳା ବସି ପନ୍ଦାରୀ ଗାଡ଼ ସରିଛି। ତାଳଧ୍ୱଜ ରଥର ଅଷ୍ଟମ ଚକ ପାଇଁ ତୁମ୍ବରେ ଅର ସଂଯୋଗ ହୋଇଛି। ମୁହାଁଟ ଓ ଭୂଇଁଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ୪ଟି ଲେଖାଏ ଧଉରା ଓ ଅସନ କାଠ ଯୋଗାଇଦିଆଯାଇଛି। ଦେବଦଳନ ରଥର ଷଷ୍ଠ ଚକ ନିର୍ମାଣ ଲାଗି ତୁମ୍ବରେ ଅର ସଂଯୋଗ ହୋଇ ପନ୍ଦାରୀ ଓ ବଳା ବସି ପନ୍ଦାରୀ ଗାଡ଼ ସରିଛି। ସେହିପରି ୧୨ଟି ଯୋଖା ନିର୍ମାଣ ସରି ମୁହାଁଟ ଓ ଭୂଇଁ ଚଉତା ତିଆରି କାମ ଆରମ୍ଭ ହୋଇଛି। ଏଥିଲାଗି ଦୁଇଟି ଲେଖାଏ ୧୨ ଫୁଟିଆ ଧଉରା ଓ ଅସନ କାଠ ଯୋଗାଇଦିଆଯାଇଛି। ନନ୍ଦିଘୋଷ ରଥର ୭ ଚକ ତିଆରି ପରେ ନବମ ଓ ଦଶମ ଚକ ନିର୍ମାଣ ଲାଗି ତୁମ୍ବରେ ଅର ସଂଯୋଗ ହୋଇଛି। ୧୬ଟି ଯୋଖା ତିଆରି ପରେ ମୁହାଁଟ ଓ ଭୂଇଁ ଚଉତା ନିର୍ମାଣ ଆରମ୍ଭ ହୋଇଛି। ଦୁଇଟି ଧଉରା ଓ ଅସନ କାଠ ଯୋଗାଇ ଦିଆଯାଇଛି। ତିନିରଥର ୧୭ ଜଣ ରୂପକାର ସେବକ ୬ଟି ଲେଖାଏ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବଳା, ଅରକଣ୍ଟା, ପନ୍ଦାରୀ ଓ ପନ୍ଦାରୀ ଚାବି ନିର୍ମାଣରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri