Categories: ଖେଳ

ଫାୟାର ଆର୍ମ ଟ୍ରେନିଂରେ ୧୮ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୧୯।୧୦ (ତପନ ସ୍ବାଇଁ): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ଶିବିରର ୧୧ତମ ଚରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇ ସାର୍ଟିଫିକେଟ ହାସଲ କରିଛନ୍ତି। ଏମାନେ ହେଲେ ସତ୍ୟଜିତ କାଲସି, ନାରାୟଣ କାଲସି, ଦେବାଶିଷ ପଣ୍ଡା, ସୁଶାନ୍ତ ମିଶ୍ର, ପ୍ରବୀଣ ସୁରି, ସମ୍ବିତ ସୁରଜିତ ଦାସ, ସନ୍ତୋଷ ମଲିକ, ଶୁଭ୍ରକାନ୍ତ ଅମନ୍ତ, ଆର୍ତ୍ତତ୍ରାଣ ରାଉଳ, ଦେବାଶିଷ ଦେଓ, ଅସିମ ବିଶ୍ୱାଳ, ରୋଶନ ବେହେରା, ମନୋଜ ସଠୁଆ, ସହାନଜ ଖାଁ, ବିବେକ ତିଓ୍ବାରୀ, ଅଭିଷେକ ରୟ, ନିରଞ୍ଜନ ଚାନ୍ଦ ଓ ଜନ୍ମେଜୟ ଛତ୍ରିୟା। ଏମାନଙ୍କୁ କଳିଙ୍ଗ ଷ୍ଟାଡିୟମର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାକୁ ଓଡ଼ିଶା ରାଇଫଲ ଆସୋସିଏଶନ ଯୁଗ୍ମ ସମ୍ପାଦକ ଭଳଭଦ୍ର ଦାସ ଓ ଆଇଏସ୍‌ଏସ୍‌ଏଫ୍‌ କୋଚ୍‌ ଆଶିଷ ନାୟକ ପ୍ରଶିକ୍ଷଣ ଦେଇଥିଲେ। ୩ ଦିନ ବିଶିଷ୍ଟ ପ୍ରଶିକ୍ଷଣ ଶିବିରରେ ପରୀକ୍ଷାର୍ଥୀଙ୍କୁ ରାଇଫଲ, ପିସ୍ତଲ ଓ ଶଟ୍‌ଗନ୍‌ ସମ୍ପର୍କିତ ଜ୍ଞାନ, ବ୍ୟବହାର ବିଧି, ସୁରକ୍ଷା ନିୟମ, ବନ୍ଧୁକର ଯନତ୍ ସହ ବନ୍ଧୁକ ଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କୃତକାର୍ଯ୍ୟ ହୋଇଥିବା ଶିବିରାର୍ଥୀଙ୍କୁ ଆସୋସିଏଶନ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଗୌରୀ ମହାନ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ। କୃତୀ ଶିବିରାର୍ଥୀଙ୍କୁ ରାଜ୍ୟ ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓ, ପୃଷ୍ଠପୋଷକ ତଥା ଜାତୀୟ ରାଇଫଲ ସଂଘର ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂଦେଓ ଓ ଉପସଭାପତି ରୋମିୟକାନ୍ତ ନନ୍ଦ ଅଭିନନ୍ଦନ ଜଣାଇଛନ୍ତି।

Share