ସମୟ ସହ ୧୮ ମିନିଟ୍‌ ସଂଘର୍ଷ

ଅନୁଗୋଳ ଅଫିସ, ୨୨।୩ – ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିବା ରୋଗୀଟିଏ ପାଇଁ ସମୟର ମୂଲ୍ୟ କାହାକୁ ଅଛପା ନାହିଁ। କେସହିପରି ସମ୍ପୃକ୍ତ ରୋଗୀଙ୍କ ଜୀବନର ଗୁରୁତ୍ୱ ପରିବାର ଓ ସମ୍ପର୍କୀୟଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ତାହା ବୁଝାଇବାକୁ ପଡ଼ିବ ନାହିଁ। ହେଲେ ଏସବୁ ଜାଣି ମଧ୍ୟ ନିଦାବିଷ୍ଣୁ ଭଳି ବସିରହିଛି ତାଳଚେର ଉପଖଣ୍ଡ ଓ ଅନୁଗୋଳ ଜିଲା ପ୍ରଶାସନ। ଫଳରେ ଜୀବନ ବଞ୍ଚାଇବାକୁ ତାଳଚେର ହାଣ୍ଡିଧୁଆ ଲେଭଲ୍‌ କ୍ରସିଂ ଛକରେ ଦୈନିକ ସମୟ ସହ ସଂଘର୍ଷ କରିବାକୁ ପଡ଼ୁଛି ଅଟକୁଥିବା ଆମ୍ବୁଲାନ୍ସ ଭିତରର ରୋଗୀଙ୍କୁ। ଜଣେ ଗୁରୁତର ହୃଦ୍‌ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଗତ ଶନିବାର ସକାଳେ ଏହି ଲେଭଲ୍‌କ୍ରସିଂରେ ଦୀର୍ଘ ୧୮ ମିନିଟ୍‌ ଅଟକି ରହିବା ଜିଲାବାସୀଙ୍କୁ କେବଳ ଚକିତ କରିନାହିଁ, ବରଂ ଜୀବନ ଓ ସମୟର ମୂଲ୍ୟ ବୁଝିବାକୁ ବାଧ୍ୟ କରିଛି ପ୍ରଶାସନକୁ।
କଳାହୀରାର ସହର ତାଳଚେରର ମୁଖ୍ୟ ରାସ୍ତାରେ ହାଣ୍ଡିଧୁଆ ଲେଭଲ କ୍ରସିଂ ଥିବାରୁ ଏଠାରେ ସର୍ବଦା ଭିଡ଼ ଲାଗି ରହୁଛି। ବିଭିନ୍ନ ଶିଳ୍ପାଞ୍ଚଳକୁ ଏହି ଲେଭଲ୍‌କ୍ରସିଂ ଦେଇ ବହୁ କୋଇଲା ବୋଝେଇ ଟ୍ରେନ୍‌ ଚଳାଚଳ କରୁଥିବାରୁ ଦୈନିକ ଘଣ୍ଟା ଘଣ୍ଟା ଫାଟକ ପଡ଼ିରହୁଛି। ଫଳରେ ଜନସାଧାରଣଙ୍କ ସହ ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ଆମ୍ବୁଲାନ୍ସଗୁଡ଼ିକୁ ମଧ୍ୟ ଏଠାରେ ଅଟକି ରହିବାକୁ ପଡ଼ୁଛି। ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଓଭରବ୍ରିଜ୍‌ ପାଇଁ ଦୀର୍ଘବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୦୧୬ରେ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୦୧୮ରେ ଶେଷ କରାଯିବାର ଲକ୍ଷ୍ୟ ସ୍ଥିର ହୋଇଥିଲା। କିନ୍ତୁ ଧାର୍ଯ୍ୟ ଅବଧିର ୨ ବର୍ଷ ପରେ ବି ଓଭରବ୍ରିଜ୍‌ ନିର୍ମାଣ ଆଗେଇପାରି ନାହିଁ। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଲେ ପ୍ରଶାସନ ପକ୍ଷରୁ କେବଳ ବୈଠକ କରାଯାଉଛି ସିନା ହେଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଗତ ୧୫ ଦିନ ତଳେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବୈଠକରେ ଓଭରବ୍ରିଜ୍‌ ଶେଷ କରାଯିବା ନେଇ ଆଲୋଚନା ହୋଇଥିଲା। କଛପ ଗତିରେ ଚାଲୁଥିବା କାର୍ଯ୍ୟ ମାର୍ଚ୍ଚ ୩୧ ସୁଦ୍ଧା ତ୍ୱରିତ ବେଗରେ କରା ନ ଗଲେ ଠିକାଦାର ବଦଳାଯିବା ଉପରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏପରି ବୈଠକ ଓ ନିଷ୍ପତ୍ତି କେବଳ କୁମ୍ଭୀର କାନ୍ଦଣା ବୋଲି ସହରବାସୀ ମତ ଦେଉଛନ୍ତି। ସେମାନେ କହିଛନ୍ତି, ଏମିତି ବୈଠକ କେତେଥର ବସିଲାଣି। ହେଲେ ତାହା କେବଳ ପ୍ରହସନ ଛଡ଼ା କିଛି ନୁହେଁ। ପ୍ରଶାସନ, ଜନପ୍ରତିନିଧି ଯଦି କଠୋର ଆଭିମୁଖ୍ୟ ରଖୁଥାନ୍ତେ ତା’ହେଲେ ଶନିବାର ୧୮ ମିନିଟ୍‌ ଧରି ଆମ୍ବୁଲାନ୍ସ ଅଟକି ନ ଥାନ୍ତା। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଓଭରବ୍ରିଜ୍‌ ନର୍ମାଣ ଶେଷ କରିବାକୁ ସହରବାସୀ ଦାବି କରିଛନ୍ତି।

କେହି କର୍ଣ୍ଣପାତ କରୁନାହାନ୍ତି
ଲେଭଲ୍‌ କ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ଶେଷ ହେଉନାହିଁ। ଠିକା ସଂସ୍ଥା ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଡାକି ଆଲୋଚନା କରିଛୁ। କାର୍ଯ୍ୟ ଶେଷ କରିବାକୁ ଅନୁରୋଧ ଓ ତାଗିଦ୍‌ ମଧ୍ୟ କରାଯାଉଛି। ହେଲେ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଅବଧି ସମୟ ବଢ଼ାଇବାକୁ କହୁଛନ୍ତି। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ।
-ରଜନୀକାନ୍ତ ସ୍ବାଇଁ, ତାଳଚେର ଉପଜିଲାପାଳ
ପ୍ରଶାସନକୁ ଭୟ ନାହିଁ
ଠିକା ସଂସ୍ଥା କର୍ତ୍ତୃପକ୍ଷ ପ୍ରଶାସନକୁ ଭୟ କରୁନାହାନ୍ତି। ସେଥିପାଇଁ ଦୀର୍ଘବର୍ଷ ହେଲା ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଛି। ଏଥିଯୋଗୁ ଜନସାଧାରଣଙ୍କ ସହ ଆମ୍ବୁଲାନ୍ସରେ ଯାଉଥିବା ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି। ପ୍ରଶାସନ କଠୋର ହେଲେ କାର୍ଯ୍ୟ ଶୀଘ୍ର ଶେଷ ହୋଇପାରନ୍ତା।
-ଆଶୁତୋଷ ଦାସ, ତାଳଚେର ବାସିନ୍ଦା
ଜୀବନହାନି ହେଲେ କିଏ ଦାୟୀ
ଓଭରବ୍ରିଜ୍‌ ନିର୍ମାଣ ଶେଷ ହେଉ ନ ଥିବାରୁ ଏହି ଲେଭଲ୍‌ କ୍ରସିଂ ପାର ହେବାରେ ସମସ୍ୟା ହେଉଛି। ଦୈନିକ ଘଣ୍ଟା ଘଣ୍ଟା ଧରି ଲୋକେ ଅପେକ୍ଷା କରୁଥିବା ବେଳେ ଆମ୍ବୁଲାନ୍ସ ଅଟକି ରହିବା ରୋଗୀ ଓ ସମ୍ପର୍କୀୟଙ୍କୁ ଚିନ୍ତାରେ ପକାଉଛି। ଯଦି ଜୀବନହାନି ଘଟେ ସେଥିପାଇଁ କାହାକୁ ଦାୟୀ କରାଯିବ।
-କବିତା ରଣା, ତାଳଚେର
ଦୀର୍ଘବର୍ଷ ତଳୁ ଓଭରବ୍ରିଜ୍‌ ହେବା ଶୁଣି ଆସୁଛୁ
ହାଣ୍ଡିଧୂଆରେ ଲେଭଲ୍‌ କ୍ରସିଂରେ ଓଭରବ୍ରିଜ୍‌ ହେବ ବୋଲି ଦୀର୍ଘ ବର୍ଷ ତଳୁ ଶୁଣିଆସୁଛୁ। ହେଲେ କେବେ ଏହା ଶେଷ ହେବ ତାହା ନା ଠିକାଦାର ଜାଣିଛନ୍ତି ନା ପ୍ରଶାସନ। ତେଣୁ ଏଥିପ୍ରତି କାହାରି ଆନ୍ତରିକତା ନ ଥିବା ଜଣାପଡ଼ୁଛି। ତୁରନ୍ତ ଏମ୍‌ସିଏଲ କର୍ତ୍ତୃପକ୍ଷ ଓ ପ୍ରଶାସନ ତପତ୍ରତା ପ୍ରକାଶ କରିବା ଦରକାର।
-ପ୍ରଭାକର ସାହୁ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri