ମାଛ ଧରିବାକୁ ଯାଇଥିଲେ ୧୮ ମତ୍ସ୍ୟଜୀବୀ, ଓଲଟି ପଡ଼ିଲା ଡ଼ଙ୍ଗା

ପାରାଦୀପ,୪।୧୦(ସ୍ବ.ପ୍ର.): ଜଗତସିଂହପୁର ଜିଲା ପାରାଦୀପ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ସୋମବାର ଏକ ମାଛ ଧରା ଡଙ୍ଗା ଓଲଟି ପଡ଼ିଛି। ତେବେ ଡଙ୍ଗାରେ ଥିବା ୧୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।
ସୂଚନାଯୋଗ୍ୟ, ମହାନଦୀ ମୁହାଣ଼କୁ ୧୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। କୌଣସି କାରଣରୁ ଡଙ୍ଗାଟି ମୁହାଣରେ ଓଲଟି ପଡ଼ିଥିଲା। ଖବରପାଇ ମହାନଦୀକୁ ଯାଇଥିବା ଅନ୍ୟ ସାଥୀ ମତ୍ସ୍ୟଜୀବୀମାନେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ।