Categories: ଜାତୀୟ

ବିଷାକ୍ତ ମଦ୍ୟପାନ କରି ୧୮ ମୃତ, ୫ ଗୁରୁତର…

ପାଟନା,୧୪।୧୨ : ମଦ ବିକ୍ରି ବନ୍ଦ ପରେ ମଧ୍ୟ ପୁଣିଥରେ ବିହାରରେ ବିଷାକ୍ତ ମଦ୍ୟପାନ କରି ୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ ଯୋଗୁଁ ମୃତକଙ୍କ ମୃତ୍ୟୁ ହୋଇଥିବା ନେଇ ସମ୍ପର୍କୀୟମାନେ ଦାବି କରୁଥିବାବେଳେ ପ୍ରଶାସନ ଏ ବିଷୟରେ କିଛି ନ କହି ନୀରବ ରହିଛି। ଏଥର ସରନ ଜିଲାର ଇସୁଆପୁର ପୋଲିସ ଷ୍ଟେଶନ ଅଧୀନରେ ଥିବା ଡୋଇଲା ଗ୍ରାମରେ ଏହି ଘଟଣା ଘଟିଛି।

ମୃତକଙ୍କ ମଧ୍ୟରେ ଡୋଇଲାର ୧୯ ଜଣ ଏବଂ ମାଧୁରା ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ଅଛନ୍ତି। ମଙ୍ଗଳବାର ରାତିରୁ ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ଏହି ମୃତ୍ୟୁ ଘଟିଛି। ଚିକିତ୍ସିତ ହେଉଥିବା ଅନ୍ୟ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଏନେଇ ବିହାର ବିଧାନସଭାରେ ବିରୋଧୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘେରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

Share