ବିଦେଶୀଙ୍କ ଅନୁପ୍ରବେଶ ରୋକିବାକୁ ସମୁଦ୍ର ଉପକୂଳରେ ୧୮ ଥାନା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟର ଉପକୂଳରେ ମୋଟ ୧୮ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି। ବିଦେଶୀମାନଙ୍କ ଅନୁପ୍ରବେଶ ରୋକିବା ପାଇଁ ମୁଖ୍ୟତଃ ଏହି ଥାନାଗୁଡ଼ିକ ପ୍ରତିଷ୍ଠା କରାଯାଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସମସ୍ତ ସାମୁଦ୍ରିକ ଥାନା ପାଇଁ ମୋଟ ୭୩୮ଟି ବିଭିନ୍ନ ପଦବୀ ମଞ୍ଜୁର କରାଯାଇଛି। ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ୧୫ ଜଣ ହିସାବରେ ମୋଟ ୨୭୦ ହୋମଗାର୍ଡଙ୍କୁ ମୁତୟନ ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
ବିଧାୟକ ସଞ୍ଜୀବ କୁମାର ମଲିକ ବିଧାନସଭାରେ ପଚାରିଥିବା ତାରକା ପ୍ରଶ୍ନ ନମ୍ବର ୩୧ର ଉତ୍ତରରେ ମନ୍ତ୍ରୀ ବେହେରା କହିଛନ୍ତି, ଅବୈଧ ଅନୁପ୍ରବେଶ ଓ ଅସାମାଜିକ ବ୍ୟକ୍ତିଙ୍କ ଅନୁପ୍ରବେଶ ତଥା ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଲାଗି ସମୁଦ୍ର ଉପକୂଳରେ ପଇଁତରା ମାରିବା ପାଇଁ ସାମୁଦ୍ରିକ ଥାନାଗୁଡିକୁ ୧୫ଟି ଦ୍ରୁତ ଇଣ୍ଟରସେପ୍‌ଟର ଡଙ୍ଗା ଯୋଗାଇ ଦିଆଯାଇଛି। ସାମୁଦ୍ରିକ ଥାନା କର୍ମଚାରୀମାନଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦିଆଯାଉଛି। ସମୁଦ୍ର ପଥରେ ଯାତାୟାତ କରୁଥିବା ଡଙ୍ଗା ଏବଂ ମାଛଧରା ଡଙ୍ଗାଗୁଡିକର ବ୍ୟାପକ ଯାଞ୍ଚ ଓ ତଥ୍ୟ ଜାଣିବା ଲାଗି ଭାରତୀୟ ତଟ ସୁରକ୍ଷା ବାହିନୀ ସହ ମିଳିତ ଭାବେ ସୁରକ୍ଷା ଯାଞ୍ଚ କରାଯାଉଛି। ଭବିଷ୍ୟତରେ ସାମୁଦ୍ରିକ ଥାନା ଓ ଡଙ୍ଗାଗୁଡ଼ିକୁ ଏଚ୍‌ଏଫ ଓ ଭିଏଚଏଫ ସେଟ୍‌ସ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri