ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଚିଠି ସଂଖ୍ୟା ୫୪୪୭ ଓ ୫୪୫୪ ତା. ୩ା୯ା୨୦୨୬ ମାଧ୍ୟମରେ ପଦୋନ୍ନତି ପାଇବା ଏବଂ ବିଦ୍ୟାଳୟ ନିର୍ଦ୍ଧାରିତ ପାଇଁ ଜିଲାସ୍ତରୀୟ କାଉନସେଲିଂ ପାଇଁ ଆହ୍ବାନ କରାଯାଇଥିଲା।

ଏ ନେଇ ଜିଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଶିକ୍ଷକ ଦିବସ ସମ୍ମାନ ସମାରୋହରେ ଘୋଷଣା କରି ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଜିଲା ଶିକ୍ଷାଧିକାରୀ, ଗୋଷ୍ଠୀ ଶିକ୍ଷାଧିକାରୀ ଓ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ପଦୋନ୍ନତି ହେଉଛି ଶିକ୍ଷକମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମର ସମ୍ମାନ। ଏହା ଶିକ୍ଷକମାନଙ୍କୁ ଆହୁରି ପ୍ରେରଣା ଦେବ ବୋଲି ଜିଲା ଶିକ୍ଷା ଅଧିକାରୀ କହିଛନ୍ତି। ପଦୋନ୍ନତି ପାଇଥିବା ଶିକ୍ଷକମାନେ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

Share