Categories: ଜାତୀୟ

ଉତ୍ତରାଖଣ୍ଡକୁ ୧୭,୫୪୭ କୋଟିର ନୂଆବର୍ଷ ଉପହାର….

ଡେରାଡୁନ୍‌, ୩୦।୧୨: ନୂଆବର୍ଷର ଦୁଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡକୁ ୧୭,୫୪୭ କୋଟି ଟଙ୍କାର ଉପହାର ଦେଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗୁରୁବାର ୨୩ ପରିଯୋଜନାର ଶିଳାନ୍ୟାସ କରିଛନ୍ତି। ଏସବୁ ପରିଯୋଜନା ଦ୍ୱାରା ରାଜ୍ୟର ବିକାଶ ଧାରା ତ୍ୱରାନ୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ରାଜ୍ୟର ସ୍ବିରେଜ୍‌ ସିଷ୍ଟମ୍‌, ସଡ଼କପଥ,ପାର୍କିଂ ଅଞ୍ଚଳ,ଷ୍ଟ୍ରିଟ୍‌ ଲାଇଟ୍‌ ଆଦିର ବିକାଶ ହେବ।

ଏହା ସହିତ ପ୍ରଧାନମନ୍ତ୍ରୀ ବିରୋଧି ଦଳଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଉତ୍ତରାଖଣ୍ଡ ୨୦ ବର୍ଷ ତଳେ ରାଜ୍ୟର ମାନ୍ୟତା ଲାଭ କରିଥିଲା। ମାତ୍ର ଏହାର ବିକାଶ ଧାରା ଅଟକି ରହିଥିଲା। ଏବେ ସମୟ ଆସିଛି। ଆଗାମୀ ୧୦ ବର୍ଷରେ ରାଜ୍ୟର ଚିତ୍ର ବଦଳି ଯିବ ବୋଲି ମୋଦି କହିଛନ୍ତି।

Share