ଏହି ଫିଲ୍ମକୁ ଆଲୁ ଅର୍ଜୁନ କହିଲେ ସବୁଠୁ ବଡ଼ ଚମତ୍କାର

ନୂଆଦିଲ୍ଲୀ, ୭ା୫ : ଟଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ନାମ ଆଲୁ ଅର୍ଜୁନ। ଆଜି ତାଙ୍କ ଫିଲ୍ମୀ କ୍ୟାରିୟରକୁ ପୂରିଛି ୧୭ ବର୍ଷ। ଠିକ୍‌ ୧୭ ବର୍ଷ ତଳେ ମେ’ ୭ ତାରିଖରେ ରିଲିଜ ହୋଇଥିଲା ତାଙ୍କର ପ୍ରଥମ ଫିଲ୍ମ ‘ଆରିୟା’।

ଏହି ଅବସରରେ କୋଭିଡ୍‌-୧୯ ପଜିଟିଭ ଥିବା ଅଭିନେତା ଆଲୁ ଫିଲ୍ମର ଫଟୋ ସହ ଟୁଇଟ୍‌ କରିଛନ୍ତି, ‘ ଆରିୟାକୁ ୧୭ ବର୍ଷ ପୂରିଛି। ଏହା ମୋ ଜୀବନରେ ଆଣିଥିଲା ସବୁଠୁ ବଡ଼ ପରିବର୍ତ୍ତନ। ମୋ ପାଇଁ ସବୁଠୁ ବଡ଼ ଚମତ୍କାର ସଦୃଶ ଥିଲା। ‘ଫିଲ ମାଇ ଲଭ’ କହିବା ପରେ ଦର୍ଶକ ମୋତେ ଭଲ ପାଇବାରେ ପୋତି ଦେଇଥିଲେ ’।

Share