Posted inଖେଳ

ବୟସ ମାତ୍ର ୧୭; ହେଲେ ବାବର ଆଜମଙ୍କ ପରେ ଏବେ କୋହଲିଙ୍କ ଉଇକେଟ ନେବାକୁ ସ୍ବପ୍ନ ଦେଖୁଛନ୍ତି ଏହି ପାକିସ୍ତାନୀ ସ୍ପିନର

ନୂଆଦିଲ୍ଲୀ,୨।୪: ପାକିସ୍ତାନର ବାମହାତୀ ସ୍ପିନର ଫୈସଲ ଅକ୍ରମଙ୍କୁ ଏବେ ମାତ୍ର ୧୭ ବର୍ଷ। ହେଲେ କ୍ରିକେଟ ପଡ଼ିଆରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ପ୍ରଶଂସିତ ହେଉଛନ୍ତି। ଏହି ଯୁବ କ୍ରିକେଟର ପାକିସ୍ତାନ କ୍ରିକେଟର ଭବିଷ୍ୟତ ବୋଲି ଅନେକ କହୁଛନ୍ତି। ଏହାଛଡ଼ା ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପୂର୍ବରୁ ପାକିସ୍ତାନ ଦଳ ଫୈସଲଙ୍କୁ ପ୍ରଶିକ୍ଷଣ ଶିବିରକୁ ଡକାଇଥିଲା। ସେଠାରେ ସେ ଦଳର ଅଧିନାୟକ ତଥା ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବାବର ଆଜମଙ୍କ ଉଇକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ।

ଫୈସଲ ଏକ ବର୍ଷ ପାଇଁ ୧୬ ବର୍ଷରୁ କମ୍‌ କ୍ରିକେଟ ଖେଳିଥିଲେ। ଏଥିରେ ସର୍ବାଧିକ ଉଇକେଟ ନେବା ପରେ ତାଙ୍କୁ ଅଣ୍ଡର-୧୯ ଦଳରେ ସୁଯୋଗ ମିଳିଥିଲା। ନିକଟରେ ସେ ଏହାର ଦିନିକିଆ ସିରିଜର ୧୦ ମ୍ୟାଚ୍‌ରେ ୨୭ ଉଇକେଟ ନେଇଥିଲେ। ହେଲେ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଉଇକେଟ ତାଙ୍କୁ ଗତ ସପ୍ତାହରେ ମିଳିଛି। କାରଣ ସେ ତାଙ୍କର ପ୍ରିୟ ବ୍ୟାଟ୍ସମ୍ୟାନ୍‌ ବାବର ଆଜମଙ୍କୁ ଏଲ୍‌ବିଡବ୍ଲୁ କରିବାରେ ସଫଳ ହୋଇଛନ୍ତି। ଏହାପରେ ଅକ୍ରମ କହିଛନ୍ତି, ବାବର ବିଶ୍ୱସ୍ତରୀୟ ଖେଳାଳି। ଏଣୁ ମୋ ଉପରେ ପ୍ରଥମରୁ ଚାପ ଥିଲା। ମାତ୍ର ୟୁନିସ୍‌ ମନରେ ବିଶ୍ୱାସ ଆଣିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଆଜମଙ୍କ ଉଇକେଟ ନେବା ପରେ ମନରେ ବିଶ୍ୱାସ ବହୁତ ବଢ଼ି ଯାଇଥିଲା ବୋଲି ଅକ୍ରମ କହିଛନ୍ତି।

ଭାରତୀୟ କ୍ରିକେଟ ପ୍ରଶଂସକ ଅକ୍ରମଙ୍କୁ ଭଲ ଭାବେ ଜାଣିନାହାନ୍ତି। ହେଲେ ଆଗାମୀ ଦିନରେ ବିଶ୍ୱ ତାଙ୍କ ନାମ ମନେ ରଖିବ ବୋଲି ଆଶା କରାଯାଉଛି। କାରଣ ବିରାଟ କୋହଲିଙ୍କ ଉଇକେଟ ନେବାକୁ ତାଙ୍କର ସ୍ବପ୍ନ। ଏହାଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପାଇଁ ଏକ ବ୍ୟାଟ୍‌ ସ୍ପନ୍ସର କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri