୧୭ ବର୍ଷୀୟାଙ୍କୁ ଅର୍ଥ ଦେଇ ନ୍ୟୁଡ୍‌ ଫଟୋଶୁଟ୍‌

ଲଣ୍ଡନ,୧୦ା୭, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ବିବିସିର ଜଣାଶୁଣା ଉପସ୍ଥାପକ ଗ୍ରାହାମ୍‌ ନର୍ଟନ ପର୍ନ ଫଟୋଶୁଟ୍‌ ପାଇଁ ଜଣେ ସ୍ବଳ୍ପବୟସ୍କାଙ୍କୁ ବିପୁଳ ଅର୍ଥ ଦେଇଥିବା ଅଭିଯୋଗ ଆସିଛି। ଏହା ଉପରେ ସମ୍ପ୍ରତି ଇଣ୍ଟରନେଟ୍‌ରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଏନେଇ ମୁହଁ ଖୋଲିବା ପାଇଁ ବ୍ରିଟେନ୍‌ର ହାଇପ୍ରୋଫାଇଲ୍‌ ସେଲିବ୍ରିଟିମାନେ କୁଣ୍ଠାବୋଧ କରୁଛନ୍ତି। ଏପରି କି ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ଗଣମାଧ୍ୟମ ଗ୍ରାହାମ୍‌ଙ୍କ ନାମ ମଧ୍ୟ ପ୍ରକାଶ କରୁନାହାନ୍ତି।

ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ର ଜଣେ ବରିଷ୍ଠ ଉପସ୍ଥାପକଙ୍କ ଅନୈତିକ କାର୍ଯ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଛି। ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି ଗ୍ରାହାମ୍‌ ନର୍ଟନ ଶୋ’ର ହୋଷ୍ଟ ଗ୍ରାହାମ୍‌ ନର୍ଟନ ଜଣେ ସ୍ବଳ୍ପବୟସ୍କାଙ୍କୁ ଅଶ୍ଳୀଳ ଫଟୋ ପାଇଁ ଅର୍ଥ ଦେଇଥିବା ଅଭିଯୋଗ ଆସିବା ପରେ ବ୍ରିଟେନ୍‌ର ବରିଷ୍ଠ ରାଜନେତାମାନେ ରବିବାର ଏହାର ତ୍ୱରିତ ତଦନ୍ତ ପାଇଁ ଟିଭି ଚ୍ୟାନେଲକୁ ତାଗିଦ କରିଛନ୍ତି। ସଂସ୍କୃତି ସଚିବ ଲୁସି ଫ୍ରାଜର ଦେଶର ଏହି ଜାତୀୟ ଗଣମାଧ୍ୟମର ମହାନିର୍ଦ୍ଦେଶକଙ୍କ ସହ ଜରୁରୀ ଆଲୋଚନା କରିଛନ୍ତି। ସୋସିଆଲ ମିଡିଆରେ ଫ୍ରାଜର କହିଛନ୍ତି, ଏହା ଅତ୍ୟନ୍ତ ଗମ୍ଭୀର ବିଷୟ। ସମ୍ବେଦନଶୀଳ ଭାବେ ଅଭିଯୋଗର ତତ୍କାଳ ତଦନ୍ତ ଜରୁରୀ। ବିରୋଧୀ ଲେବର ପାର୍ଟିର ଅର୍ଥନୀତି ମୁଖପାତ୍ର ରାଚେଲ୍‌ ରିଭେସ୍‌ କହିଛନ୍ତି, ବିବିସି ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିବା ଏବଂ ନିଜ ଘର ସଜାଡ଼ିବା ଆବଶ୍ୟକ।
ବର୍ଷୀୟ ଆୟର୍ଲାଣ୍ଡ ନାଗରିକ ଗ୍ରାହାମ ଓ୍ବିଲିୟମ୍‌ ଓ୍ବାକର ଏକାଧାରରେ ଜଣେ ଅଭିନେତା, କମେଡିଆନ୍‌, ଲେଖକ ଓ ଟେଲିଭିଜନ ଉପସ୍ଥାପକ। ନିଜ ଉଚ୍ଚକୋଟୀର ଉପସ୍ଥାପନା ପାଇଁ ସେ ୫ ଥର ବାଫ୍ଟା ପୁରସ୍କାର ସମେତ ଅନେକ ସମ୍ମାନ ପାଇଛନ୍ତି। ବ୍ରିଟେନରେ ଗ୍ରାହାମ୍‌ ନର୍ଟନ ନାମରେ ପରିଚିତ ଏହି ବ୍ୟକ୍ତିଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ୨୦୨୦ରେ ଜଣେ ୧୭ ବର୍ଷୀୟାଙ୍କୁ ଗ୍ରାହାମ୍‌ ୩୫,୦୦୦ ପାଉଣ୍ଡ୍‌ (୪୫,୦୦୦ ଆମେରିକୀୟ ଡଲାର) ଦେଇ ବିବସ୍ତ୍ର ହେବାକୁ କହିଥିଲେ ଏବଂ ତାଙ୍କ ଖୋଲାଦେହର ଫଟୋ ଉଠାଇଥିଲେ। ଏହି ଧାରା ଅନେକ ଦିନ ଧରି ଚାଲିଥିଲା। ବ୍ରିଟେନ୍‌ରେ ଯୌନ ସମ୍ପର୍କ ପାଇଁ ସହମତି ବୟସ ୧୬ ହୋଇଥିଲେ ହେଁ ୧୮ ବର୍ଷରୁ କମ୍‌ ବୟସର କୌଣସି ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଉଠାଇବା/ରଖିବା ଏକ ଅପରାଧ। ‘ଦି ସନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ସ୍ବଳ୍ପବୟସ୍କା ପୀଡ଼ିତାଙ୍କ ମା’ ଏନେଇ ଗତ ମେ’ରେ ବିବିସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗ୍ରାହାମଙ୍କ ବିରୋଧରେ ବିବିସି କି କାର୍ଯ୍ୟାନୁଷ୍ଠାନ ନେଇଛି ତାହା ଜଣାପଡ଼ିନାହିଁ। କିନ୍ତୁ ଜଣେ ଉପସ୍ଥାପକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଷ୍ଟ ଜଣକ ଗ୍ରାହାମ ହୋଇଥାଇପାରନ୍ତି ବୋଲି କୁହାଯାଉଛି।
ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆମେ ସବୁ ପ୍ରକାର ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଥାଉ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛୁ। କୌଣସି ସମୟରେ ନୂଆ ତଥ୍ୟ ସାମ୍‌ନାକୁ ଆସିଲେ କିମ୍ବା ଆମକୁ ଦିଆଗଲେ ତତ୍ପରତା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ରିଟେନ୍‌ ଗଣମାଧ୍ୟମଗୁଡ଼ିକରେ କୁହାଯାଇଛି ଯେ, ଏହି ଉପସ୍ଥାପକ (ଗ୍ରାହାମ୍‌)ଙ୍କୁ ନିକଟ ଭବିଷ୍ୟତରେ କୌଣସି ଟିଭି ଚ୍ୟାନେଲରେ ଦେଖିବାକୁ ମିଳିବ ନାହିଁ। କିନ୍ତୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
କମର୍ସିଆଲ ବ୍ରଡ୍‌କାଷ୍ଟର (ବ୍ୟବସାୟିକ ପ୍ରସାରଣକାରୀ ଚ୍ୟାନେଲ) ଆଇଟିଭି ନିକଟରେ ଏକ ସ୍କାଣ୍ଡାଲରେ ଫସିଥିଲା। ଏହାର ସବୁଠୁ ପୁରୁଣା ହୋଷ୍ଟ ଫିଲିପ୍‌ ସ୍କୋଫିଲ୍ଡ ନିଜଠୁ ବୟସରେ ବହୁ ସାନ ଜଣେ ସହକର୍ମୀଙ୍କ ସହ ସମ୍ବନ୍ଧ ରଖିଥିବା ବିଷୟରେ ପୂର୍ବରୁ ମିଛ କହିଥିବା ଗତ ମେ’ରେ ସ୍ବୀକାର କରିଥିଲେ। ଆଇଟିଭିର ଏକ ‘ବିଷାକ୍ତ’ କାର୍ଯ୍ୟ ସଂସ୍କୃତି ରହିଆସିଛି ଏବଂ ନିଜ ଷ୍ଟାର୍‌ମାନଙ୍କ ଅପକର୍ମକୁ ସଂସ୍ଥା ପକ୍ଷରୁ ଘଣ୍ଟ ଘୋଡ଼ାଯାଉଛି। ଏହାର ଜବାବ ଦେବା ପାଇଁ ଆଇଟିଭି ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ପାର୍ଲାମେଣ୍ଟକୁ ସମନ୍‌ କରାଯାଇଥିଲା। ବ୍ରିଟେନ୍‌ର ଟିକସଦାତାମାନଙ୍କ ଅର୍ଥରେ ପରିଚାଳିତ ହେଉଥିବାରୁ ବିବିସିରେ ଅନ୍ୟ ବ୍ରଡ୍‌କାଷ୍ଟରଗୁଡ଼ିକ ତୁଳନାରେ କଡ଼ା ନିୟମ ରହିଛି ଏବଂ ନିରପେକ୍ଷ ଖବର ପରିବେଷଣ ପାଇଁ ଏହି ସଂସ୍ଥା ପ୍ରତିଶ୍ରୁତିବଦ୍ଧ। ଏହାସତ୍ତ୍ୱେ ଗ୍ରାହାମ୍‌ଙ୍କ ବିରୋଧରେ ଆଗତ ଅଭିଯୋଗକୁ ନେଇ ଅଦ୍ୟାବଧି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣା ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri