୧୭ ଠିକାଦାରଙ୍କ ହାତରେ ୩୫,୦୦୦ କୋଟିର ପ୍ରକଳ୍ପ: ଚାହିଁ ରହିଛନ୍ତି ୩୨,୦୦୦ ଗାଁର ଲୋକେ

ଭୁବନେଶ୍ୱର,୧୨ା୧୧(ରବିନାରାୟଣ ଜେନା):ଓଡ଼ିଶାବାସୀଙ୍କୁ କିଭଳି ବିଶୁଦ୍ଧ ପାନୀୟଜଳ ହାତପାଆନ୍ତାରେ ମିଳିବ ସେନେଇ ରାଜ୍ୟ ସରକାରଙ୍କ ନିଦ ନାହିଁ। ପାଣି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ‘ମିଶନ ପାଓ୍ବାର’କୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ମଙ୍ଗଳବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବାବେଳେ ଅପରାହ୍ନରେ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ହେଲେ ବୈଠକରୁ ବାସ୍ତବ ସ୍ଥିତି ଯାହା ଲୋକଲୋଚନକୁ ଆସିଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। କେତେଜଣ ଠିକାଦାରଙ୍କ ହାତରେ ରହିଛି ରାଜ୍ୟବାସୀଙ୍କ ପାଣିର ଚାବିକାଠି। ଫଳରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ସମୟରେ ଶେଷହେଉନାହିଁ କି ଲୋକଙ୍କୁ ପାଣି ଟୋପେ ମିଳିପାରୁନାହିଁ। ଏଭଳି ସାଂଘାତିକ ସତ୍ୟ ବିଧାନସଭା ଷ୍ଟାଣ୍ଡିଂ କମିଟି-୯ ବୈଠକରୁ ଜଣାପଡ଼ିଛି। ବୈଠକର ନିଷ୍ପତ୍ତିକ୍ରମେ ଅତିରିକ୍ତ ବଜେଟ ଅଧିବେଶନ ପରେ ପ୍ରତି ପାନୀୟଜଳ ପ୍ରକଳ୍ପକୁ ତଦାରଖ କରାଯିବ। ଯେଉଁ ଠିକାଦାର କାର୍ଯ୍ୟରେ ଅବହେଳା କରିଥିବେ କିମ୍ବା ବାହାନାବାଜି କରୁଥିବେ, ସେମାନଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ସନାତନ ବିଜୁଳି କହିଛନ୍ତି।
ବୈଠକ ପରେ ବିଧାୟକ ସନାତନ କହିଛନ୍ତି, ରାଜ୍ୟରେ ୩୨ ହଜାର ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୧୭ଜଣ ଠିକାଦାରଙ୍କୁ ୩୫ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯେଉଁ ତଥ୍ୟ କମିଟି ସମ୍‌ନାକୁ ଆସିଛି ତାହା ଅତ୍ୟନ୍ତ ସାଂଘାତିକ। ଠିକାଦାରମାନେ ମନମୁଖି କାର୍ଯ୍ୟ କରୁଛନ୍ତି। ଫଳରେ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ଭିତରେ ଶେଷହେବା ନେଇ ସନ୍ଦେହ ଉପୁଜିଛି। ସେ ଆହୁରି କହିଛନ୍ତି, ଗଞ୍ଜାମ ଜିଲା ଭଞ୍ଜନଗରର ୧୧ଟି ବ୍ଲକ୍‌ର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଏଲ୍‌ଆଣ୍ଡ୍‌ଟିକୁ ପ୍ରକଳ୍ପ କାର୍ଯ୍ୟ ଦୀର୍ଘଦିନ ତଳେ ଦେଇଥିଲେ। ସେତେବେଳ ପ୍ରକଳ୍ପର ମୂଲ୍ୟ ଥିଲା ୧୫୦୦ କୋଟି ଟଙ୍କା। ହେଲେ ଅଦ୍ୟାବଧି ପ୍ରକଳ୍ପ କାର୍ଯ୍ୟ ଯେଉଁ ପରିମାଣରେ ଶେଷ ହେବାକଥା ତାହା ହୋଇନାହିଁ।
ଏପରି କି ସମ୍ପୃକ୍ତ କମ୍ପାନୀ କାର୍ଯ୍ୟକୁ କିଭଳି ଅଧିକ ବିଳମ୍ବ କରିହେବ, ସେନେଇ ଜମି ସମସ୍ୟା ଉପସ୍ଥାପନ କରୁଛି। ତେବେ କେଉଁ କାରଣରୁ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ ଏବଂ ଏହାର ନିରାକରଣ କେବେ ସୁଦ୍ଧା ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ପଞ୍ଚାୟତିରାଜ ବିଭାଗକୁ ଏ ସଂକ୍ରାନ୍ତରେ ଟିକିନିଖି ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
ସୂଚନା ଅନୁଯାୟୀ, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୨୦୭ଟି ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ଅଦ୍ୟାବଧି ୨୩ଟିର କାର୍ଯ୍ୟ ଶେଷ ହୋଇଛି। ହେଲେ କେତେକ ସ୍ଥାନରେ ଏଯାଏ ଲୋକଙ୍କ ପାଖରେ ସେଥିରୁ ପାଣି ଯୋଗାଣ ହୋଇପାରିନାହିଁ। ଅନ୍ୟପକ୍ଷେ ବାକିଥିବା ୧୮୪ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଯେଉଁ ପ୍ରକଳ୍ପ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ ହେବାକଥା ତାହା ଏପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୬ ସୁଦ୍ଧା ଆଉ ୬୧ଟିି ପ୍ରକଳ୍ପ ଶେଷ ହେବାକଥା, ମାତ୍ର ତାହା ମଧ୍ୟ ଅନିଶ୍ଚିତତା ଦେଇ ଚାଲୁରହିଛି। ତେବେ ଅନୁଗୋଳରେ ପ୍ରାୟ ୧୦୦ କୋଟି ଟଙ୍କାର ୬ଟି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି। ଜଳଜୀବନ ମିଶନ ଏବଂ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ଅର୍ଥରେ ଏହିସବୁ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିଲେ ହେଁ ଶେଷହେବାର ନଁା ଧରୁନାହିଁ। ସେହିପରି ବାଲେଶ୍ୱରରେ ୭୭୦ କୋଟିରେ ୬ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟାନ୍ୟ ଜିଲାରେ ଅନୁରୂପ ଭାବେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବୈଠକରୁ ଜଣାଯାଇଛି। ବୈଠକରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍‌ସାମନ୍ତରାୟ, ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?