Posted inଜାତୀୟ

୧୭ ଏମ୍‌ପିଙ୍କୁ ମିଳିବ ସାଂସଦରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୯ା୫ (ପି.ଟି.): କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୭ ଜଣ ସଦସ୍ୟ ଏବଂ ୨ଟି ସଂସଦୀୟ ସ୍ଥାୟୀ କମିଟିକୁ ଚଳିତ ବର୍ଷର ସାଂସଦରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଏମ୍‌ପିମାନଙ୍କୁ ପାର୍ଲାମେଣ୍ଟ ପ୍ରତି ସେମାନଙ୍କ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ଜାତୀୟ ପଛୁଆ ବର୍ଗ କମିଶନ (ଏନ୍‌ସିବିସି) ଅଧ୍ୟକ୍ଷ ହଂସରାଜ ଅହିରଙ୍କ ଅଧ୍ୟକ୍ଷତାରେ ଜୁରୀ କମିଟି ପୁରସ୍କାର ପାଇବାକୁ ଥିବା ଏମ୍‌ପିମାନଙ୍କୁ ଚୟନ କରିଛି।
ସଂସଦୀୟ ଗଣତନ୍ତ୍ର ପ୍ରତି ଉଲ୍ଲେଖନୀୟ ତଥା କ୍ରମାଗତ ଅବଦାନ ପାଇଁ ଭର୍ତ୍ତୃହରିଙ୍କ ସମେତ ଏନ୍‌ସିପି(ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ ଏବଂ ଶ୍ରୀରଙ୍ଗ ଆପ୍ପା ବର୍ନେଙ୍କୁ ପୁରସ୍କୃତ କରାଯିବ। ଷୋଡ଼ଶ ଏବଂ ସପ୍ତଦଶ ଲୋକ ସଭାରେ ଏହି ୪ ଏମ୍‌ପିଙ୍କ ପ୍ରଦର୍ଶନ ଶୀର୍ଷସ୍ଥାନରେ ରହିଥିଲାବେଳେ ଚଳିତ ଲୋକ ସଭାରେ ମଧ୍ୟ ଉନ୍ନତ ପ୍ରଦର୍ଶନ ଜାରି ରହିଛି। ପୁରସ୍କୃତ ହେବାକୁ ଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସ୍ମିତା ଓ୍ବାଘ (ଭାଜପା), ଅରବିନ୍ଦ ସାଓ୍ବନ୍ତ (ଶିବସେନା ୟୁବିଟି), ନରେଶ ଗନପତ ମହସ୍କେ(ଶିବସେନା), ବର୍ଷା ଗାଏକ୍ୱାଡ୍‌ (କଂଗ୍ରେସ), ମେଧା କୁଲକର୍ନି (ଭାଜପା), ପ୍ରବୀନ ପଟେଲ (ଭାଜପା), ରବି କିଶନ (ଭାଜପା), ନିଶିକାନ୍ତ ଦୁବେ(ଭାଜପା), ପି.ପି. ଚୌଧରୀ(ଭାଜପା), ମଦନ ରାଠୋର (ଭାଜପା), ସି.ଏନ୍‌. ଆନ୍ନାଦୁରାଇ(ଡିଏମ୍‌କେ) ଏବଂ ଦିଲୀପ ସାଇକିଆ(ଭାଜପା)। ଅର୍ଥ ଏବଂ କୃଷି ବିଭାଗୀୟ ଷ୍ଟାଣ୍ଡିଂ କମିଟିକୁ ମଧ୍ୟ ଏହାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। ଅର୍ଥ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭର୍ତ୍ତୃହରି ରହିଥିବାବେଳେ କୃଷି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କଂଗ୍ରେସର ଚରନ୍‌ଜିତ ସିଂ ଚନ୍ନି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri