Categories: ଜାତୀୟ

୧୭ ଏମ୍‌ପି କରୋନା ପଜିଟିଭ

ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଏବେ ଏମାନଙ୍କ ମଧ୍ୟରୁ ୧୭ ଜଣ ଏମ୍‌ପିଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ମିନାକ୍ଷି ଲେଖି, ଅନନ୍ତ କୁମାର ହେଗଡେ ଓ ପରଭେଶ ସାହିବ ସିଂ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସୁଖବୀର ସିଂ, ହନୁମାନ ବେନିୱାଲ, ସୁକାନତା ମଜୁମଦାର, ଗଡେଟି ମାଧଭି, ପ୍ରତାପ ରାଓ ଯାଦବ, ଜନାର୍ଦ୍ଦନ ସିଂ, ବିଦ୍ୟୁତ ବରନ, ଏନ୍‌. ରେଡ୍ଡିପ୍ପା, ସେଲଭମ ଜି, ପ୍ରତାପ ରାଓ ପାଟିଲ, ରାମ ଶଙ୍କର କାଥେରିଆ, ସତ୍ୟପାଲ ସିଂ ଓ ରୋଜମଲ ନଗର । ସେପ୍ଟେମ୍ବର ୧୩ ଓ ୧୪ରେ ପାର୍ଲାମେଣ୍ଟ ପରିସରରେ ଏମାନଙ୍କର କରୋନା ଟେଷ୍ଟ କରାଯାଇଥିଲା ।

Share