ଆଇଏଏମ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୧୭ ଡାକ୍ତର କରୋନା ପଜିଟିଭ, ନୀତୀଶ ବି ହୋଇଥିଲେ ସାମିଲ

ପାଟନା, ୨ ।୧: ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ସତର୍କ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ବିହାରରେ ଡାକ୍ତରମାନେ କରୋନା ସଂକ୍ରମଣ ହୋଇଯିବା ଚିନ୍ତାର କାରଣ ପାଲଟି ଯାଇଛି । ସୂଚନାଯୋଗ୍ୟ, ୨୮ଡିସେମ୍ବରରେ ବିହାରରେ ଇଣ୍ଡିଆନ ମେଡିକାଲ ଆସୋସିଏଶନର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନାଳନ୍ଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ୧୭ ଜଣ ଡାକ୍ତର ଏବେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ଉପସ୍ଥିତ ଥିଲେ । ଏହି ସୂଚନା ନାଳନ୍ଦା ମେଡିକାଲ କଲେଜ ପକ୍ଷରୁ ଦିଆଯାଇଛି । କଲେଜ ପ୍ରଶାସନ କହିଛି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୧୭ ଜଣ ଡାକ୍ତରଙ୍କ ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସିଛି । ଏବେ ଏମାନଙ୍କ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟ ଆସିବାକୁ ଅପେକ୍ଷା ରହିଛି ।

Share