Posted inଜାତୀୟ

ଦେହରେ ଲାଗିଲା ୧୭ ଗୁଳି: ତେବେ ବି ଏହି ଯବାନଙ୍କ ଯୋଗୁ ଟାଇଗର ହିଲ୍‌ରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ, ୫।୭: କାରଗିଲ୍‌ର ଟାଇଗର ହିଲ୍‌କୁ ୨୧ ବର୍ଷ ତଳେ ଭାରତ ନିଜ ଅଧିନକୁ ଆଣିଥିଲା। ୧୯୯୯ରେ ଜୁଲାଇ ୫ରେ ପରମବୀର ଚକ୍ର ବିଜେତା ସୁବେଦାର ଯୋଗେନ୍ଦ୍ର ସିଂଙ୍କ ଯୋଗୁ ଟାଇଗର ହିଲ୍‌ରେ ତ୍ରିରଙ୍ଗା ଉଡ଼ିଥିଲା। ତାଙ୍କ ସୂଚନା ଯୋଗୁ ଭାରତୀୟ ଯବାନ ପାକିସ୍ତାନୀ ସୈନ୍ୟଙ୍କୁ ପରାଜିତ କରିଥିଲେ। ମାତ୍ର ୨୧ ଜଣ ଯବାନଙ୍କୁ ନେଇ ୧୮ ଗ୍ରେନେଡ଼ିୟର ୟୁନିଟ୍‌ର ଯୋଗେନ୍ଦ୍ର କମାଣ୍ଡର ହାବିଲଦାର ମଦନଙ୍କ ନେତୃତ୍ୱରେ ଜୁଲାଇ ୨ରାତ୍ରରେ ୧୭ ହଜାର ଫୁଟ ଉପରେଥିବା ଟାଇଗର ହିଲ୍‌ ବିଜୟ ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲେ। ରାତିରେ ପାହାଡ଼ ଚଢ଼ା ହେଉଥିଲା। ଦିନରେ ପଥରରେ ଯବାନମାନେ ଲୁଚି ରହୁଥିଲେ। ପାକିସ୍ତାନ ସୈନ୍ୟ ଆମେ ଟାଇଗର ହିଲ୍‌ ଆଡ଼କୁ ଯାଉଥିବା ଜାଣିବା ପରେ ଗୁଳି ବର୍ଷା ଆରମ୍ଭ କରିଥିଲେ। ତେବେ ୭ ଜଣ ଯବାନଙ୍କୁ ନେଇ ଯୋଗେନ୍ଦ୍ର ଆଗକୁ ବଢୁଥିଲେ। ଅନ୍ୟ ଯବାନମାନେ ଗୁଳିମାଡ଼ ଯୋଗୁ ଅଧାବାଟରେ ରହିଯାଇଥିଲେ। ଜୁଲାଇ ୪ ରାତ୍ରରେ ଯୋଗେନ୍ଦ୍ର ୭ ସାଥିଙ୍କୁ ଧରି ଶତ୍ରୁ ପକ୍ଷ ବଙ୍କର ନିକଟରେ ପହଞ୍ଚିଥିଲେ। ପାକିସ୍ତାନର ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଗୁଳି ମାଡ଼ରେ ଘଟିଥିଲା। ଟାଇଗର ହିଲ୍‌ ଆଉ ୫୦ରୁ ୬୦ ମିଟର ଥିଲା। ପାକିସ୍ତାନୀ ସୈନ୍ୟ ଯୋଗେନ୍ଦ୍ରଙ୍କ ସାଥି ଉପରେ ଗୁଳି ମାଡ଼ ଆରମ୍ଭ କରିଥିଲେ। ଦଳର କମାଣ୍ଡର ହାବିଲଦାର ମଦନ ଦୌଡ଼ି ବଙ୍କର ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୫ ସକାଳେ ଯୋଗେନ୍ଦ୍ର ସାଥି ଯବାନଙ୍କ ସହିତ ବଙ୍କରରେ ପହଞ୍ଚିଥିଲେ। ଦୁଇପକ୍ଷ ମଧ୍ୟରେ ଲଗାତାର ଗୁଳିମାଡ଼ ଜାରି ରହିଥିଲା। ୬ ଜଣ ଭାରତୀୟ ଯବାନ ଶହୀଦ ହୋଇଗଲେ। ପାକିସ୍ତାନୀ ସୈନ୍ୟ ଯୋଗେନ୍ଦ୍ରଙ୍କ ଗୋଡ଼, ହାତ ଏବଂ ଛାତିକୁ ଗୁଳି କରିଥିଲେ। ଦେହରେ ୧୭ ଗୁଳି ଲାଗିଥିଲା। ହାତ ଓ ଗୋଡ଼ରେ କ୍ଷତ ହୋଇଥିଲେ ମଧ୍ୟ ଛାତି ପକେଟରେ କଏନ ଥିବାରୁ ଗୁଳି ଛାତିରେ ଲାଗି ନ ଥିଲା। ଏହାପରେ ଯୋଗେନ୍ଦ୍ର କଷ୍ଟରେ ତଳକୁ ଆସି ଅନ୍ୟ ସାଥିଙ୍କୁ ସୂଚନା ଦେଇଥିଲେ। ପରେ ତାଙ୍କୁ ଶ୍ରୀନଗର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୋସ୍‌ ଆସିଳା ପରେ ସେ ଜାଣିଥିଲେ ଯେ ଟାଇଗର ହିଲ୍‌ ଉପରେ ତାଙ୍କ ଟିମ୍‌ ଅଧିକାର କରି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri