ଦିଶା ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଗୁରୁତ୍ୱ

ନୟାଗଡ଼ ଅଫିସ/ଗଣିଆ (ଡି.ଏନ୍‌.ଏ.),୨୩ା୧: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ଡାକବଙ୍ଗଳାଠାରେ ବୁଧବାର ଡିଷ୍ଟ୍ରିକ୍ଟ ଡେଭଲପ୍‌ମେଣ୍ଟ କୋ ଅର୍ଡ଼ିନେସନ୍‌ ଆଣ୍ଡ ମନିଟରିଂ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷ ଆରମ୍ଭରୁ ଏହି ବୈଠକ ହୋଇଥିବାରୁ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ବଦଳରେ ଡାକବଙ୍ଗଳାଠାରେ କରାଯାଇଥିଲା। କମିଟି ଅଧ୍ୟକ୍ଷ ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ, ସହରାଞ୍ଚଳ), ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ବିଏସ୍‌ଏନ୍‌ଏଲ୍‌ ସେବା ଆଦି ଉପରେ ଆଲୋକପାତ କରାଯାଇଥିଲା। ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ପକ୍କା ଘର ଯୋଜନାରେ ହିତାଧିକାରୀମାନେ ଟଙ୍କା ପାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଘର କରିପାରି ନ ଥିଲେ। ଉକ୍ତ ସମୟରେ ପାଇଥିବା ଟଙ୍କାକୁ ଫେରାଇ ବର୍ତ୍ତମାନ ପକ୍କା ଘର ଯୋଜନାରେ ସାମିଲ ହୋଇଛନ୍ତି। ଭାପୁର ବ୍ଲକ ବ୍ୟତୀତ ଅନ୍ୟ ୭ ବ୍ଲକରେ ୯୫୯ ହିତାଧିକାରୀ ଟଙ୍କା ଫେରାଇଥିବାରୁ ସେମାନେ ଏହି ସୁବିଧା ପାଇପାରିବେ।
୨୦୧୯-୨୦ ଆର୍ଥିକ ବର୍ଷରେ ଜିଲାରେ ପିଏମ୍‌ଏୱାଇ ଗ୍ରାମାଞ୍ଚଳରେ ମାତ୍ର ୪୨ ପ୍ରତିଶତ ଘର କରାଯାଇଥିବା ସୂଚନା ଦିଆଯାଇଥିଲା। ନୟାଗଡ଼ ବ୍ଲକରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୬୧୧ ଘର କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୧୨୦୭ଟି ସମ୍ପୂର୍ଣ୍ଣ ହୋଇଛି। ଖଣ୍ଡପଡ଼ା ବ୍ଲକରେ ୩୯୧ରୁ ୨୦୯, ଓଡ଼ଗାଁରେ ୧୨୧୦ରୁ ୬୨୨, ଗଣିଆରେ ୭୮ଟିରୁ ୩୯, ନୂଆଗାଁରେ ୧୬୫୩ରୁ ୬୦୨, ଦଶପଲ୍ଲାରେ ୧୪୧୯ରୁ ୪୭୮, ରଣପୁରରେ ୧୫୨୬ରୁ ୪୮୮, ଭାପୁର ବ୍ଲକରେ ୧୭୮୪ଟିରୁ ୪୭୭ଟି ସମ୍ପୂର୍ଣ୍ଣ ହୋଇଛି। ଜିଲାରେ ୮ ବ୍ଲକ ପାଇଁ ୯୬୭୨ ଘର କରିବା ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ସେଥିମଧ୍ୟରୁ ୯୫୧୬ ଜଣଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୪୧୨୨ଟି ଘର ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି। ସହରାଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ଜିଲାର ୧ଟି ପୌର ପରିଷଦ ଓ ୪ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୨୭୮୨ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୧୦୪୯ଟି ସମ୍ପୂର୍ଣ୍ଣ ହୋଇଛି। ନୟାଗଡ଼ ପୌର ପରିଷଦରେ ୩୬୭ ପକ୍କା ଘର ମଞ୍ଜୁର ହୋଇଥିବା ବେଳେ ୧୦୨ଟି ସମ୍ପୂର୍ଣ୍ଣ ହୋଇଛି। ଖଣ୍ଡପଡ଼ା ଏନ୍‌ଏସିରେ ୨୪୩ରୁ ୨୧୬, ଦଶପଲ୍ଲା ଏନ୍‌ଏସିରେ ୧୧୮୪ରୁୁ ୨୭୨, ରଣପୁର ଏନ୍‌ଏସିରେ ୭୯୯ରୁ ୩୪୪, ଓଡ଼ଗାଁ ଏନ୍‌ଏସିରେ ୧୮୯ରୁ ୧୧୫ଟି ସମ୍ପୂର୍ଣ୍ଣ ହୋଇଛି। ବଳକା ରହିଯାଇଥିବା ଘରକୁ ଅଧିକାରୀମାନେ ଗୁରୁତ୍ୱ ଦେଇ ସାରିବା ପାଇଁ ବିଧାୟକମାନେ କହିଥିଲେ। ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମାଧ୍ୟମରେ ବନ ବିଭାଗ ଦ୍ୱାରା କି କାମ ହୋଇଛି ଓ ଆଗାମୀ ଦିନରେ କି କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ସେ ନେଇ ଆଲୋଚନା ହୋଇଥିଲା। ଡିଏଫଓ ଧନରାଜ ଏଚ୍‌ଡି ୨୦୧୯-୨୦ ବର୍ଷରେ ୩ କୋଟି ୯୦ ଲକ୍ଷ ୪୫ ହଜାର ୧୮୧ ଟଙ୍କା ବିଭିନ୍ନ ପ୍ରକଳ୍ନ ପାଇଁ ମଞ୍ଜୁର ହୋଇଥିବା ବେଳେ ୭୯ ଲକ୍ଷ ୧୮ ହଜାର ଟଙ୍କାର କାର୍ଯ୍ୟ ସରିଥିବା କହିଥିଲେ। ଆଗାମୀ ଦିନରେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ଏହା ପରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଜିଲାର ବିଭିନ୍ନ ଗ୍ରାମରେ ଜଳଯୋଗାଣର ସ୍ଥିତି ବିଷୟରେ ସୂଚନା ଦିଆଯାଇଥିଲା। ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ କଣ୍ଟିଲୋଠାରେ ମେଗା ଜଳ ଯୋଗଣ ପ୍ରକଳ୍ପ ହୋଇଥିବା ବେଳେ କଣ୍ଟିଲୋ ଗ୍ରାମ ଜଳଯୋଗାଣରୁ ବଞ୍ଚତ୍ତ ହେଉଥିବା କହିଥିଲେ। ଜିଲାର ବିଭିନ୍ନ ସ୍ଥାନରେ ବିଏସ୍‌ଏନଏଲ୍‌ ମୋବାଇଲ ସେବା ବିଷୟରେ ଆଲୋଚନା ହୋଇଥିଲା। ଜିଲାର ୧୭୮ ଗ୍ରାମ ଥିବା ବେଳେ ୩୦ ଗ୍ରାମରେ ବିଏସ୍‌ଏନଏଲ ଅପ୍‌ଟିକାଲ୍‌ ଫାଇବର ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଇ ଦିଆ ଯାଇଥିବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ୮ଟି ଜାଗାରେ ବିଏସ୍‌ଏନଏଲ ମୋବାଇଲ ଟାୱାର ବସାଇବା ପାଇଁ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ହୋଇ ନ ଥିବା କୁହାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜିଲାପାଳ ଡା. ପୋମା ଟୁଡ଼ୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲା ପରିଷଦ ସଭାପତି ବୈଜୟନ୍ତୀମାଳା ମହାନ୍ତି, ଉପସଭାପତି ଅଖିଳ କୁମାର ଜାନି ପ୍ରମୁଖ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri