ଉପେକ୍ଷିତ ଟସର ଚାଷୀ

ଯାଜପୁର ଅଫିସ,୨୧। ୧: ରାଜ୍ୟରେ ୨୦୧୮-୧୯ ବର୍ଷରେ ଟସର କୋଷା ୭୭୦୫୦ କାହାଣ, ତୁତ କୋଷା ୨୪୯୪୧ କିଲୋଗ୍ରାମ ଏବଂ ଏଣ୍ଡି କୋଷା ୬୫୯୦ କିଲୋଗ୍ରାମ ଉପତ୍ାଦନ ହୋଇଛି। ସେଥିରୁ ଯାଜପୁର ଜିଲାରେ ଟସର କୋଷା ମାତ୍ର ୩୩୮୬ କାହାଣ ଉପତ୍ାଦନ ହୋଇଥିବା ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ମୋହନଚରଣ ମାଝୀ ଗତ ନଭେମ୍ବରରେ ୧୬୫୪ ନମ୍ବର ବିଧାନସଭା ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି। ଅର୍ଥାତ ଟସର ଚାଷରେ ଦିନେ ପ୍ରସିଦ୍ଧି ଲାଭ କରିଥିବା ଯାଜପୁର ଜିଲାର ସୁକିନ୍ଦା ବ୍ଲକରେ ତୁତକୋଷା ଓ ଏଣ୍ଡି କୋଷା ଉପତ୍ାଦନ ଶୂନ ରହିଛି। ଏଥିରୁ ଯାଜପୁର ଜିଲାରେ ଟସର ଚାଷ ଉପରେ ସରକାର ଆଦୌ ଗୁରୁତ୍ୱ ଦେଉ ନ ଥିବା ସ୍ପଷ୍ଟ ହୋଇଛି। ରେଶମ ଉପତ୍ାଦନର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ରୀୟ ଯୋଜନା ‘ସିଲ୍‌କ ସମଗ୍ର’ ରାଜ୍ୟରେ ୨୦୧୮-୧୯ ବର୍ଷରୁ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪୦ଜଣ ହିତାଧିକାରୀଙ୍କୁ ସମୁଦାୟ ୨୭୦.୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିରୁ ଯାଜପୁର ଜିଲାର ମାତ୍ର ଜଣେ ହିତାଧିକାରୀଙ୍କୁ ୫୪ ହଜାର ଟଙ୍କା ପ୍ରୋସତ୍ାହନ ମିଳିଛି। ଏଥିରୁ ଯାଜପୁର ଜିଲାର ଟସର ଚାଷୀଙ୍କୁ କିଭଳି ପ୍ରୋସତ୍ାହନ ଦିଆଯାଉଛି ତାହା ସହଜେ ଅନୁମେୟ। ଏହାବାଦ ରେଶମ ସହିତ ନଡ଼ିଆ କତା, କଟନ, ଉଲ ଆଦି ମିଶ୍ରଣ କରି କିଛି ଅଭିନବ ସାମଗ୍ରୀ ଉପତ୍ାଦନ କ୍ଷେତ୍ରରେ ଜିଲା ବହୁ ପଛରେ ରହିଛି। ଯାଜପୁର ଜିଲାର ସୁକିନ୍ଦା ଓ ଦାନଗଦୀ ବ୍ଲକରେ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାରଭାବେ ଗ୍ରହଣ କରି ସରକାର ଶିଳ୍ପାୟନକୁ ଯେଭଳି ପ୍ରେତ୍ସାହିତ କରୁଛନ୍ତି ତା ଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି ତାହାର ଗୋଟିଏ ପରେ ଗୋଟିଏ ପ୍ରମାଣ ଲୋକଲୋଚନକୁ ଆସିବାରେ ଲାଗିଛି। ଜିଲାରେ ଲୁହାପଥର, କ୍ରୋମାଇଟ ଭଳି ଖଣିଜ ଭଣ୍ଡାର, ବ୍ରାହ୍ମଣୀ ଓ ବୈତରଣୀ ନଦୀର ଅଜସ୍ର ଜଳରାଶି ଏଠାରେ କେବଳ ଶିଳ୍ପାୟନ ପାଇଁ ଆକର୍ଷଣର ଉପାଦାନ ହୋଇଛି। କିନ୍ତୁ ସରକାର ଚାଷୀଙ୍କ ପାଇଁ ବୁନ୍ଦାଏ ଜଳସେଚନ କରିବାକୁ ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷେ ସୁକିନ୍ଦା ବ୍ଲକ ରାଁସୋଲ ପଞ୍ଚାୟତର ଜନ୍ତିଆ ଓ ତେନ୍ତୁଳପାଳ ଗ୍ରାମର ପ୍ରାୟ ୧୪ଜଣ ଟସର ଚାଷୀ ଅନ୍ୟ ମାଧ୍ୟମରେ ସହଯୋଗ ନେଉଛନ୍ତି। ମୋଟ ୨୫ଏକର ଜମିରେ ଟସର ଚାରାରୋପଣ କରିଛନ୍ତି। ଓଡିଶା ସରକାରଙ୍କ ସମବାୟ ସଂସ୍ଥାଗୁଡିକରେ ଏହି ଅଞ୍ଚଳର ପ୍ରାୟ ୧୨୦୦ ଚାଷୀ ତାଲିକାଭୁକ୍ତ ହୋଇଛନ୍ତି। କିନ୍ତୁ ଆବଶ୍ୟକ ପ୍ରୋସତ୍ାହନ ମିଳୁ ନ ଥିବାରୁ ଏହି ଚାଷୀମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ସେମାନଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ପ୍ରଶିକ୍ଷଣ, ପରିଦର୍ଶନ ଯାତ୍ରା, ମାଗଦର୍ଶନ, ପରିଚାଳନା, ଯନ୍ତ୍ରପାତି ଓ ସହାୟକ ଉପକରଣ ଭଳି ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ଅନ୍ୟପକ୍ଷେ ପିମ୍ପୁଡିଆ ମୌଜାରେ ଟସର ଉପତ୍ାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଠାରେ ପ୍ରାୟ ୩୦୦ ଚାଷୀ ଟସର ଚାଷ କରି ଦିନେ ଉପକୃତ ହେଉଥିଲେ। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ଆୟ ବୃଦ୍ଧି ପାଇଁ ଆହୁରି ସହଯୋଗର ହାତ ବଢାଇଲେ ଅଧିକ ଟସର ଚାଷୀ ସ୍ବାବଲମ୍ବୀ ହୋଇପାରିବେ ବୋଲି ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri