୧୬୭୮ ତ୍ରୁଟିକୁ ମାନିଲେ ମନ୍ତ୍ରୀ, ଅଷ୍ଟମ ବହିରେ ସର୍ବାଧିକ ୭୦୫ ଭୁଲ୍‌ ଚିହ୍ନଟ

ଭୁବନେଶ୍ୱର,୧୭।୬(ସୁଚିସ୍ମିତା ସାହୁ): ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ବୀକାର କରିବା ସହ ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି କହିଛନ୍ତି। ନୂତନ ପାଠ୍ୟପୁସ୍ତକର କେଉଁ ବହିରେ ବନାନ ଭୁଲ୍‌ ତ ପୁଣି କେଉଁଥିରେ ନାମ ଭୁଲ୍‌ ରହିଛି। ସ୍ଥାନର ଚିତ୍ର ଓ ମହାପୁରୁଷଙ୍କ ନାମ ମଧ୍ୟ ଭୁଲ ଲେଖାହୋଇଛି। ଓଡ଼ିଶାର ବିଧାନସଭା ଲେଖା ହୋଇଥିବାବେଳେ ସେଠାରେ କର୍ନାଟକ ବିଧାନସଭା ଚିତ୍ରକୁ ବହିରେ ଛପାଯାଇଛି। ଭୂଗୋଳ ବହିରେ ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି। ଗଞ୍ଜାମ ଜିଲାକୁ ବ୍ରହ୍ମପୁର ଜିଲା ବୋଲି ଲେଖାଯାଇଛି। ସେହିପରି ଡଙ୍ଗରିଆ ଜନଜାତିକୁ ଡୋଙ୍ଗରିଆ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ଏଭଳି ମୋଟ ୧୬୭୮ଟି ଭୁଲ ରହିଥିବା ବେଳେ କେବଳ ଅଷ୍ଟମ ବହିରେ ସର୍ବାଧିକ
୭୦୫ଟି ଭୁଲ୍‌ ରହିଛି। ଛାତ୍ରୀଛାତ୍ରମାନେ ସରକାରୀ ବହିରୁ କେଉଁ ଶିକ୍ଷା ପାଇବେ ବୋଲି ଅଭିଭାବକ ଓ ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏସବୁ ତ୍ରୁଟି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଏହାକୁ ସଂଶୋଧନ କରାଯିବ। ସେପର୍ଯ୍ୟନ୍ତ ଶିକ୍ଷକମାନେ ଭୁଲ୍‌ଗୁଡିକୁ ସଂଶୋଧନ କରି ପିଲାଙ୍କୁ ପଢାଇବାକୁ କୁହାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସଂଶୋଧିତ ତାଲିକା ଅନୁଯାୟୀ ପଢ଼ାଇବାକୁ ନିର୍ଦ୍ଦେଶ ଦେଲା ଓସେପା
ନୂତନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ସ୍ବୀକାର କରିଛି। ପୁସ୍ତକ ପ୍ରସ୍ତୁତ କରିଥିବା ଶିକ୍ଷକ ଶିକ୍ଷା ଓ ଏନ୍‌ସିଇଆର୍‌ଟି ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ତ୍ରୁଟିର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏସବୁ ତ୍ରୁଟି ସମ୍ପର୍କରେ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅବଗତ ହେବାପରେ ସଂଶୋଧିତ ତାଲିକା ଅନୁଯାୟୀ ପଢ଼ାଇବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶନାମାରେ ମାଳମାଳ ସାଂଘାତିକ ତ୍ରୁଟିକୁ ଛୋଟିଆ ଭୁଲ୍‌ ବୋଲି ଦର୍ଶାଇଛି, ଯାହାକୁ ନେଇ ଶିକ୍ଷାବିତ୍‌ ଓ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।
ଛୋଟିଆ ତ୍ରୁଟି ନୁହେଁ, ବରଂ ବୃହତ୍‌ ଅବହେଳା: ଅଭିଭାବକ ମହାସଂଘ
ବହିରେ ମାଳମାଳ ତ୍ରୁଟି ବାହାରିବା ପରେ ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ଏହା ଛୋଟିଆ ତ୍ରୁଟି ନୁହେଁ, ବରଂ ବୃହତ୍‌ ଅବହେଳା। ମୁଦ୍ରଣ ପୂର୍ବରୁ ପ୍ରୁଫ୍‌ ରିଡିଂ କରାଯାଇ ନାହିଁ। ପୂର୍ବରୁ ଏପରି ତ୍ରୁଟି ହୋଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ସଚେତନ ହୋଇପାରୁନାହିଁ। ବାରମ୍ବାର ଭୁଲ୍‌ ଦୋହରାଉ ଥିବାରୁ ପ୍ରଶାସନିକ ଓ ନେତୃତ୍ୱଜନିତ ଦୁର୍ବଳତା ପଦାରେ ପଡ଼ିଛି। ଏଣୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ସେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି, ଆଜି ଦ୍ବିପାକ୍ଷିକ ଆଲୋଚନା

ଏଭିଆନ୍‌-ଲେସ୍‌-ବାଏନ୍ସ,୧୭ା୬: ଫ୍ରାନ୍ସର ଏଭିଆନ୍‌-ଲେସ୍‌-ବାଏନ୍ସରେ ଜି-୭ ଶିଖର ସମ୍ମିଳନୀ ପାଇଁ ବିଶ୍ୱନେତା ଏକାଠି ହୋଇଥିବାବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି କରମର୍ଦ୍ଦନ…

ଶୁଭାରମ୍ଭ ବେଳେ ଫୁଲତୋଡ଼ା, ନିଲମ୍ବନ ପରେ ଏତଲା: ଫିଟୁଛି ବକ୍ସ କଣ୍ଡୁଇଟ୍‌ ନିର୍ମାଣ ଅନିୟମିତତା ଗୁମର

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ ନିର୍ମାଣରେ ହୋଇଥିବା ଅନିୟମିତତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ଏହି ଅନିୟମିତତା ଧରାପଡ଼ିବା ପରେ ଗତ ୮ତାରିଖ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ

ଭୁବନେଶ୍ୱର, ୧୭ା୬(ବନ୍ଦନା ସେଠୀ):ଓଡ଼ିଶାରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ମଙ୍ଗଳବାର ଆଉ କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ…

ଆଜି ସୃଷ୍ଟି ହେବ ଧ୍ରୁବ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

ଆଜି ଜୁନ୍ ୧୭ ତାରିଖରେ, ଚନ୍ଦ୍ର କର୍କଟ ରାଶିରେ ଅଛନ୍ତି, ଏବଂ ଚନ୍ଦ୍ର, ବୃହସ୍ପତି ଏବଂ ଶନିଙ୍କ ପ୍ରଭାବ ପ୍ରଭାବଶାଳୀ ହେବ। ପୁନର୍ବାସୁ ନକ୍ଷତ୍ରର ଉପସ୍ଥିତି ‘ଧ୍ରୁବ…

ରକ୍ଷଣାବେକ୍ଷଣ ଅଭାବ: ରାସ୍ତାପାର୍ଶ୍ୱ ଆଲୋକୀକରଣ ଠପ୍‌

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବିକଶୀତ ବରଗଡ଼ ଲକ୍ଷ୍ୟ ନେଇ ସହରର ବିଭିନ୍ନ ରାସ୍ତାପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ଏହି ଆଲୋକୀକରଣ ବ୍ୟବସ୍ଥା ଠପ୍‌ ପଡ଼ି…

ଟ୍ରମ୍ପଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, G7 ଶିଖର ସମ୍ମିଳନୀରେ ଉଠାଇଲେ ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରସଙ୍ଗ, କହିଲେ…

ନୂଆଦିଲ୍ଲୀ,୧୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଫ୍ରାନ୍ସର ବିଆରଟିଜ୍ ସହରରେ ଅନୁଷ୍ଠିତ G-7 ସମ୍ମିଳନୀରେ ଯୋଗ ଦେଇଥିଲେ। G7 ନେତାଙ୍କ ସରକାରୀ ଗୋଷ୍ଠୀ ଫଟୋଗ୍ରାଫରେ ପ୍ରଧାନମନ୍ତ୍ରୀ…

ବିଜ୍ଞାନର ଆଶ୍ଚର୍ଯ୍ୟଜନକ ଚମତ୍କାର! କେବଳ ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ କେଉଁ ଅଙ୍ଗ କେତେ ବୟସ୍କ, ରୋଗ ହେବା ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ,୧୭।୬(ପି.ଟି.): ମଣିଷର ପ୍ରକୃତ ବୟସ ତୁଳନାରେ ତା’ ଶରୀରର ଭିତର ଅଙ୍ଗଗୁଡ଼ିକ ଭିନ୍ନ ଭିନ୍ନ ଗତିରେ ବୃଦ୍ଧ ହୋଇଥାନ୍ତି। ଏହି ଜୈବିକ ବୟସକୁ ମାପିବା ପାଇଁ ବୈଜ୍ଞାନିକମାନେ…

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri