ଡିସେମ୍ବର ୯ରେ ହେବ ୧୬୫ ଖେଳାଳିଙ୍କ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ,୨।୧୨: ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାକୁ ନେଇ ଡିସେମ୍ବର ୯ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ୧୬୫ ଖେଳାଳି ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ୧୬୫ ଖେଳାଳିଙ୍କ ମଧ୍ୟରେ ୧୦୪ ଭାରତୀୟ ଏବଂ ୬୧ ବିଦେଶୀ ରହିବେ। ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୧୫ ସହଯୋଗୀ ଦେଶର ରହିବେ। ସମସ୍ତ ୫ ଟିମ୍‌ରେ ଅଧିକରୁ ଅଧିକ ୩୦ ସ୍ଥାନ ଖାଲି ରହିଛି। ସେଥିରୁ ୯ ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି।

Share
Tags: Sports News