ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ…

କ୍ୱିଭ୍‌, ୨୬।୩ : ୟୁକ୍ରେନରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ୧୬,୪୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଖବର କାଗଜ ଦ କ୍ୱିଭ୍‌ ଇଣ୍ଡିପେଣ୍ଡେଣ୍ଟ୍‌ ପକ୍ଷରୁ ଏହି ଦାବି କରାଯାଇଛି। ୨୪ ଫେବୃଆରୀରେ ରୁଷିଆ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ତେବେ ଚାରି ସପ୍ତାହରୁ ଅଧିକ ସମୟ ବିତିବା ପରେ ମଧ୍ୟ ରୁଷିଆ ଏହାର ସୈନିକଙ୍କ ମୃତ୍ୟୁ ସଂଖ୍ୟା ରିପୋର୍ଟ ଦେଇ ନାହିଁ।

ଖବରକାଗଜରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୧୧୭ ଯୁଦ୍ଧ ବିମାନ,୧୨୭ ହେଲିକପ୍ଟର, ୫୭୫ ଟ୍ୟାଙ୍କ୍‌, ୨୯୩ ଆର୍ଟିଲରି, ୧୬୪୦ ଯାନ, ୯୧ ଏମଏଲଆର୍‌ଏସ୍‌, ୭ ଯନ୍ତ୍ରଚାଳିତ ବୋଟ୍‌କୁ ଧ୍ୱଂସ କରାଯାଇଛି।

ଏହା ସହିତ ୫୬ ୟୁଏଭି, ୫୧ ଆଣ୍ଟି ଏୟାରକ୍ରାଫ୍ଟ ଓ୍ବେୟାରଫେୟାର, ୨ଟି ଗୁରୁତ୍ୱପୂର୍ଣ୍ଣ ଉପକରଣ, ୧,୧୩୧ ଯୁଦ୍ଧ ପରିବହନ ଯାନ, ୭୩ ଫୁଏଲ ଟ୍ୟାଙ୍କକୁ ଧ୍ୱଂସ ୟୁକ୍ରେନ୍‌ ସୈନ୍ୟ କରିଥିବା ଖବର କାଗଜରେ ପ୍ରକାଶିତ ହୋଇଛି।

Share