୧୬୩୫ ନୂଆ ରାଜସ୍ବ ଗ୍ରାମର ସୀମା ପରିବର୍ତ୍ତନ, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ କିଭଳି ହାତ ପାଆନ୍ତାରେ ରାଜସ୍ବ ସେବା ମିଳିପାରିବ, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ବ ଗ୍ରାମର ସୀମା ପରିବର୍ତ୍ତନ କରାଯିବ। ଏହି ନୂତନ ରାଜସ୍ବ ଗ୍ରାମର ସୀମା ଯେଭଳି ପୁରୁଣା ଗ୍ରାମ ସହ ସଂଶ୍ଳିଷ୍ଟ ନ ରହିବ, ସେନେଇ ରାଜସ୍ବ ବିଭାଗ ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଡ୍ୟୁର(ଏସ୍‌ଓପି) ଜାରି କରାଯାଇଛି। ବିଭାଗର ଏସ୍‌ଓପି ଅନୁଯାୟୀ, ତୁରନ୍ତ ନୂତନ ରାଜସ୍ବ ଗ୍ରାମଗୁଡ଼ିକର ନକ୍ସା ପରିବର୍ତ୍ତନ କରିବାକୁ ରାଜ୍ୟ ଭୂ-ରେକର୍ଡ ଓ ସର୍ଭେ ନିର୍ଦ୍ଦେଶକଙ୍କ ସହ ସମସ୍ତ ଜିଲାପାଳ ଏବଂ ଆର୍‌ଡିସିଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ଚଳିତମାସ ୨ରେ ନିର୍ଦ୍ଦେଶ ଦିଆଯାଇଛି।
ଏ ସଂକ୍ରାନ୍ତରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ଦେଓରଞ୍ଜନ କୁମାର ସିଂହ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବିହୋଇ ଆସୁଥିଲା। ଏହାକୁ ନେଇ ଜିଲାପାଳ, ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସ୍‌କୁ ଆଧାରକରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି।
ଏସିଏସ୍‌ ଦର୍ଶାଇଛନ୍ତି, ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲାରେ ୧୬୩୫ଟି (ବିସିପି) ରାଜସ୍ବ ଗ୍ରାମ ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି। କିନ୍ତୁ ଏହି ନବଗଠିତ ଗ୍ରାମଗୁଡ଼ିକ ଏପର୍ଯ୍ୟନ୍ତ ତାଙ୍କର ପ୍ରାକ୍‌ ଗ୍ରାମରୁ ରେକର୍ଡ ଓ ମାନଚିତ୍ର ଦୃଷ୍ଟିରୁ ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇନାହାନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରାଜସ୍ବ ଗ୍ରାମ ବିଭାଜନ ଦ୍ୱାରା ଦୁଇଟି ଅଲଗା ଗ୍ରାମ ପାଇଁ ନୂତନ ଭୂ-ରେକର୍ଡ ପ୍ରସ୍ତୁତ ହେବା ଉଚିତ୍‌, ଯେଉଁଥିରେ ପ୍ରତ୍ୟେକ ରାଜସ୍ବ ଗ୍ରାମ ନୂତନ ଖାତା ଓ ପ୍ଲଟ୍‌ ତଥ୍ୟ ରହିବା ଜରୁରୀ। ନୂତନ ରାଜସ୍ବ ଗ୍ରାମ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଯେପରି ପୁରୁଣା ରାଜସ୍ବ ଗ୍ରାମର ରେକର୍ଡ ମିଶି ନ ଯାଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଏସିଏସ୍‌ ଦର୍ଶାଇଛନ୍ତି।
ସେ କହିଛନ୍ତି ଯେ, ରାଜସ୍ବ ପର୍ଷଦଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲାପାଳ ତାହାର ଏକ କପି ତହସିଲ୍‌ଦାରଙ୍କୁ ପଠାଇବେ, ଯେଉଁଥିରେ ଚାପ୍ଟର-୪ ଅନୁଯାୟୀ ମାନଚିତ୍ର ଓ ରେକର୍ଡରେ ଆବଶ୍ୟକ ପରିବର୍ତ୍ତନ କରାଯିବା ଜରୁରୀ। ସେହିପରି ରାଜସ୍ବ ନିୟମ-୪୪ ଓ ୪୫ରେ ମଧ୍ୟ ଏହା ଉଲ୍ଲେଖ ହୋଇଛି ଯେ, ନୂତନ ରାଜସ୍ବ ଗ୍ରାମର ସୀମା ପୁନଃ ନିର୍ଦ୍ଧାରଣ ବେଳେ ସ୍ବତ୍ତ୍ୱାଧିକାର ପରିବର୍ତ୍ତନକୁ ଗୁରୁତ୍ୱ ଦେବାକୁ ହେବ। ନକ୍ସା ପ୍ରସ୍ତୁତ ବେଳେ ଯେପରି ଏହା ମିଶି ନ ଯାଏ ତାକୁ ଗୁରୁତ୍ୱ ଦେଇ ନକ୍ସା ପରିବର୍ତ୍ତନ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂମି ରେକର୍ଡ ପୂର୍ଣ୍ଣଭାବେ କମ୍ପ୍ୟୁଟରାଇଜ୍‌ ଓ ମାନଚିତ୍ରଗୁଡ଼ିକ ଡିଜିଟାଲାଇଜ୍‌ ହୋଇଯାଇଛି। ନକ୍ସା ପରିବର୍ତ୍ତନ ବେଳେ ଯଦି ସୂଚନା ପ୍ରଯୁକ୍ତି ବିଦ୍ୟା ଠିକଣା ଭାବେ ପ୍ରୟୋଗ କରାଯିବ ତେବେ ରାଜସ୍ବ ଗ୍ରାମ ସୀମା ନକ୍ସା ଅପେକ୍ଷାକୃତ କମ୍‌ ସମୟ ଓ ପ୍ରୟାସରେ ସମ୍ପାଦନ ହୋଇପାରିବ, ଯାହା ଅଧିକ ନିଖୁଣତା ଓ ସ୍ପଷ୍ଟତା ରହିବ। ନୂତନ ରାଜସ୍ବ ଗ୍ରାମର ସୀମା ଓ ନକ୍ସା ପ୍ରସ୍ତୁତ ବେଳେ ଯେଭଳି ସ୍ପଷ୍ଟତା ରହିବ ତାକୁ ଗୁରୁତ୍ୱ ଦେବାକୁ ଏସିଏସ୍‌ ଦର୍ଶାଇଛନ୍ତି।
ଏସ୍‌ଓପି ଅନୁଯାୟୀ, ସଂପୃକ୍ତ ତହସିଲ୍‌ କାର୍ଯ୍ୟାଳୟରେ ଗୋଟିଏ ଲେଖାଏ ସୀମା ପରିବର୍ତ୍ତନ ବିବରଣୀ(ବିସିପି) ପ୍ରକୋଷ୍ଠ ଖୋଲାଯିବ। ଏହି ପ୍ରକୋଷ୍ଠ ସମସ୍ତ ପ୍ରକାର ରେକର୍ଡ ସଂଶୋଧନ, ନକ୍ସା ପ୍ରସ୍ତୁତି, ସୀମା ନିର୍ଦ୍ଧାରଣ କାର୍ଯ୍ୟ କରିବ। ସଂପୃକ୍ତ ତହସିଲ୍‌ର ଅତିରିକ୍ତ ତହସିଲ୍‌ଦାର ଜଣେ ବରିଷ୍ଠ ଅମିନ, ରାଜସ୍ବ ନିରୀକ୍ଷକ ଓ ଜଣେ ସୁପରଭାଇଜରଙ୍କୁ ନେଇ ଏ ସମସ୍ତ କାର୍ଯ୍ୟ କରିବେ। ଏହାସହ ଖାତା ଓ ପ୍ଲଟ୍‌ ନମ୍ବର ପରିବର୍ତ୍ତନ ସାବଧାନତାର ସହ କରିବାକୁ ବିଭାଗ ପକ୍ଷରୁ ଏସ୍‌ଓପିରେ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri