ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍ନି ଜିଲାରେ ଏକ ଏକ୍ସପ୍ରେସ୍ ଟ୍ରେନ୍ରୁ ରେଲ୍ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ ୬ରୁ ୧୩ ବର୍ଷ ମଧ୍ୟରେ। ସେମାନଙ୍କୁ ଶ୍ରମିକ ଭାବେ କାମ କରାଇବା ପାଇଁ ବିହାରର ଅରାରିଆ ଅଞ୍ଚଳରୁ ମହାରାଷ୍ଟ୍ରର ଲାଟୁର ନିଆଯାଉଥିଲା ବେଳେ ଶିଶୁ କଲ୍ୟାଣ କମିଟିଠାରୁ ସୂଚନା ପାଇ ରେଲ୍ଓ୍ବେ ସୁରକ୍ଷା ବଳ (ଆର୍ପିଏଫ୍) ଏବଂ ସରକାରୀ ରେଲ୍ଓ୍ବେ ପୋଲିସ (ଜିଆର୍ପି) ସେମାନଙ୍କୁ ଅଟକାଇଥିଲା।
ପାଟନା-ପୁର୍ନା ଏକ୍ସପ୍ରେସ୍ରେ ବିନା ଟିକେଟ ଓ ଦସ୍ତାବିଜ୍ ସହ ନାବାଳକମାନଙ୍କ ସାଙ୍ଗରେ ଯାଉଥିବା ୮ ଜଣଙ୍କୁ କାଟ୍ନି ଷ୍ଟେଶନରେ ଆର୍ପିଏଫ୍ ଏବଂ ଜିଆର୍ପି ଯବାନମାନେ ଅଟକାଇଥିଲେ।

