ମରାମତି ପାଇଁ ୨ ଟ୍ରେନ ବାତିଲ୍‌

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ପୂର୍ବତଟ ରେଳପଥର ଓ୍ବାଲ୍‌ଟିୟର ଡିଭିଜନ୍‌ରେ ମରାମତି କାର୍ଯ୍ୟ ପାଇଁ ୨ଟି ପାସେଞ୍ଜର ଟ୍ରେନକୁ ବାତିଲ୍‌ କରାଯାଇଛି। ସମ୍ବଲପୁର-କୋରାପୁଟ-ସମ୍ବଲପୁର ୧୦ ଜାନୁୟାରୀରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍‌ ରହିବ। ସେହିଭଳି ରାୟପୁର-ବିଶାଖାପାଟଣା-ରାୟପୁର ୧୦ ଜାନୁୟାରୀରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଉଭୟ ଦିଗରୁ ଚଳାଚଳ ବନ୍ଦ ରହିବ।