୩ ମାସରେ ଗଲାଣି ୧୬୦୦ ଜୀବନ

ଭୁବନେଶ୍ୱର,୩ା୭(ଅନିଲ ଦାସ): ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବେପରୁଆ ଗାଡ଼ି ଚାଳନା ଯୋଗୁ ଉଜୁଡ଼ି ଯାଉଛିି ବହୁମୂଲ୍ୟ ଜୀବନ। ରାସ୍ତାଘାଟ ନିର୍ମାଣରେ ଉନ୍ନତି ହେବା ସହ ଗମନାଗମନ ସୁଗମ ହୋଇଥିଲେ ମଧ୍ୟ ଅନିୟନ୍ତ୍ରିତ ଗାଡ଼ି ଚାଳନା ଦୁର୍ଘଟଣାକୁ ବଢ଼ାଇ ଚାଲିଛି। ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟ ସରକାର ଯେତେ ଯାହା ପଦକ୍ଷେପ ନେଲେ ମଧ୍ୟ ଦୁର୍ଘଟଣାରେ ବ୍ରେକ ଲାଗିପାରୁ ନାହିଁ।
ଦୁର୍ଘଟଣା ବୃଦ୍ଧିକୁ ଦେଖିଲେ ଜଣାପଡୁଛି, ସତେ ଯେମିତି ରାସ୍ତାଘାଟ ମରଣ ଯନ୍ତାପାଲଟିଛି। ଗତ ୩ ମାସରେ ରାଜ୍ୟରେ ୧୬୦୦ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୦୨୨ ତୁଳନାରେ ୨୦୨୩ରେ ଦୁର୍ଘଟଣା ହାର ୧୬.୪୧ ପ୍ରତିଶତ ବଢ଼ିବା ସହିତ ମୃତାହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ଜାନୁୟାରୀରୁ ମାର୍ଚ୍ଚ ୩୧ ମଧ୍ୟରେ ରାଜ୍ୟରେ ମୋଟ ୨୮୯୫ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୩୫୯ ଜଣଙ୍କର ମୃତ୍ୟୁ ହୋଇଛି। ୧୩୫୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ୨୦୨୩ରେ ଦୁର୍ଘଟଣା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିଛି। ଉକ୍ତ ୩ ମାସ ମଧ୍ୟରେ ରାଜ୍ୟରେ ମୋଟ ୩୩୭୦ ଦୁର୍ଘଟଣା ହୋଇଥିବା ବେଳେ ୧୫୯୪ ଜଣଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, କୋରାପୁଟ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ଗଞ୍ଜାମ, ଯାଜପୁର ଆଦି ଜିଲାରେ ଦୁର୍ଘଟଣା ବହୁ ମାତ୍ରାରେ ଘଟୁଛି।
ରାଜ୍ୟରେ ଶଟ୍‌ଡାଉନ ଏବଂ ଲକ୍‌ଡାଉନ ଯୋଗୁ ୨୦୨୦ରେ ଦୁର୍ଘଟଣା ଜନିତ ମୃତ୍ୟୁହାର ସାମାନ୍ୟ ହ୍ରାସ ହୋଇଥିବା ବେଳେ ୨୦୨୧ରୁ ଦୁର୍ଘଟଣା ଜନିତ ମୃତ୍ୟୁ ପୁଣି ବଢ଼ିଛି। ଜାତୀୟ ହାର ତୁଳନାରେ ରାଜ୍ୟରେ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ପ୍ରତି ୧୦୦ ଦୁର୍ଘଟଣାରେ ଜାତୀୟ ସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ଥିବା ବେଳେ ରାଜ୍ୟରେ ୪୮। ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସୁପ୍ରମିକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୫ରୁ ପ୍ରତ୍ୟେକ ବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁକୁ ୧୦ ପ୍ରତିଶତ ହ୍ରାସ କରିବାକୁ ପଦକ୍ଷେପ ନେବା ସକାଶେ କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଦ୍ରୁତବେଗରେ ଗାଡ଼ି ଚାଳନା ଯୋଗୁ ୬୯ ପ୍ରତିଶତ, ରାସ୍ତା ପାର୍ଶ୍ୱ ପାର୍କିଂ ଯୋଗୁ ୨୫ ପ୍ରତିଶତ ଏବଂ ୨୦ ପ୍ରତିଶତ ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣା ଘଟୁଛି। ରାଜ୍ୟରେ ଥିବା ବ୍ଲାକସ୍ପଟ ଗୁଡ଼ିକରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏକ ସର୍ଭେ ଅନୁଯାୟୀ ଭାରତରେ ୭୬.୨ ପ୍ରତିଶତ ୧୮ରୁ ୪୫ ବର୍ଷର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଦୁର୍ଘଟଣା ଯୋଗୁ ୫୦ ପ୍ରତିଶତ ମହିଳା ଘର ଚଳାଇବା ନେଇ ଭୟଙ୍କର ଆର୍ଥିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସଡ଼କ ଦୁର୍ଘଟଣା ଯୋଗୁ ଦେଶକୁ ବାର୍ଷିକ ଜିଡିପିର ୩.୧୪ ପ୍ରତିଶତ ଆର୍ଥିକ କ୍ଷତି ସହିବାକୁ ପଡୁଛି।
ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ମଦ୍ୟପ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିୟମିତ ବ୍ୟବଧାନରେ ଯାନବାହନ ଯାଞ୍ଚ କରାଯାଉଛି। ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଭାରିଯାନ ଚାଳକମାନଙ୍କୁ ତାଲିମ ଦିଆଯାଉଛି। ଏଥିସହିତ ଗାଡ଼ି ଚାଳକମାନେ ସାବଧାନ ଓ ସଚେତନ ହେବା ଜରୁରୀ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri