Categories: ଫୁରସତ

ଘରଭଡ଼ାରୁ ବିରକ୍ତ ହୋଇ ଗୁମ୍ଫାରେ ୧୬ ବର୍ଷ

ୱାଶିଂଟନ: ଲୋକେ ଅନେକ ସମୟରେ ଘରେ ରହି ରହି ବିରକ୍ତ ହୋଇଯା’ନ୍ତି। ଫଳରେ ସେମାନେ ବାହାରକୁ ବୁଲିବାକୁ ଯାଇଥା’ନ୍ତି। ହେଲେ ଏଠାରେ ଜଣେ ବ୍ୟକ୍ତି ୧୬ ବର୍ଷ ଗୁମ୍ଫାରେ ବିତାଇଥିବା ତାଙ୍କ କାହାଣୀ କହିଛନ୍ତି। ସେ ହେଲେ ଆମେରିକାର ଉଟାହ ସହରରେ ରହୁଥିବା ଡାନିଏଲ୍‌ ସେଲାବର୍ଗର। ସେ କହିଛନ୍ତି, ଘର ଭଡ଼ା ଦେଇ ଦେଇ ଅତ୍ୟନ୍ତ ବିରକ୍ତ ହୋଇସାରିଥିଲେ। ସେଥିପାଇଁ ସେ ସବୁକିଛି ତ୍ୟାଗକରି ଜଙ୍ଗଲରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି କି ଜଙ୍ଗଲସ୍ଥିତ ଗୁମ୍ଫାରେ ରହିବା ଫଳରେ ତାଙ୍କର ଟଙ୍କାର ଆବଶ୍ୟକତା ପଡ଼ି ନ ଥିଲା। ସେ ଆଦିମଣିଷଙ୍କ ଭଳି ରହିବାକୁ ଲାଗିଲେ। ସେ ଏହି ୧୬ ବର୍ଷ ମଧ୍ୟରେ ଜଙ୍ଗଲର ପ୍ରାକୃତିକ ଗଛ, ମୂଳ ଖାଇ ବଞ୍ଚିରହିଥିଲେ। ହେଲେ ତାଙ୍କୁ ତାଙ୍କ ବୁଢ଼ା ମା’ବାପାଙ୍କ କଥା ବୁଝିବାକୁ ୨୦୧୬ରେ ସେଠାରୁ ଫେରିବାକୁ ପଡ଼ିଥିଲା। ରିପୋର୍ଟ ମୁତାବକ, ତାଙ୍କ ପାଖରେ ଭଲ ଚାକିରି ଥିବା ସତ୍ତ୍ୱେ ସେ ତାକୁ ତ୍ୟାଗ କରିଦେଇଥିଲେ। ସେ ୨୦୦୦ ମସିହାରୁ ଘରୁ ବାହାରି ଆସି ୯୦ ଦଶକର ଗୁମ୍ଫାରେ ରହିଥିଲେ। ସେ ତାଙ୍କ ସମସ୍ତ ସମ୍ପତ୍ତିକୁ ତ୍ୟାଗ କରିଦେଇଥିଲେ। ଏପରି ଜୀବନଶୈଳୀ ପାଇଁ ସେ ବେଶ୍‌ ଚର୍ଚ୍ଚାରେ ଥିଲେ।

Share