Categories: ଖେଳ

୧୬ ବର୍ଷର ଅପେକ୍ଷା ଶେଷ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ୍‌ ପଦକ…

ବର୍ମିଂହାମ, ୭।୮ : ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଭାରତୀୟ ଦଳ ସୁଟଆଉଟ ମାଧ୍ୟମରେ ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ୧୬ ବର୍ଷର ଅପେକ୍ଷା ଶେଷ ହୋଇଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ମହିଳା ହକିରେ ଏହା ହେଉଛି ଭାରତର ତୃତୀୟ ପଦକ। ଏହାପୂର୍ବରୁ ୨୦୦୨ରେ ଭାରତ ସ୍ବର୍ଣ୍ଣ ଜିତିଥିବାବେଳେ ୨୦୦୬ରେ ଭାରତୀୟ ଦଳ ରୌପ୍ୟ ପଦକ ଜିତିଥିଲା। ବର୍ତ୍ତମାନର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ହେଉଛି ଭାରତର ୪୩ ତମ ପଦକ। ଭାରତ ଏପର୍ଯ୍ୟନ୍ତ ୧୫ ଟି ସ୍ବର୍ଣ୍ଣ, ୧୧ ଟି ରୌପ୍ୟ ଏବଂ ୧୭ ଟି ବ୍ରୋଞ୍ଜ ପଦକ ଜିତିଛି।

ନିର୍ଦ୍ଧାରିତ ସମୟରେ ଭାରତ ପାଇଁ ସଲିମା ଟେଟେ ଗୋଲ ସ୍କୋର କରିଥିଲେ। ସଲିମା ଟେଟେ ଅର୍ଦ୍ଧ ସମୟ ପୂର୍ବରୁ ଦ୍ୱିତୀୟ କ୍ୱାର୍ଟରର ୧୪ ତମ ମିନିଟରେ ଗୋଲ ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ ଯାହା ଶେଷ ପର୍ଯ୍ୟନ୍ତ ଚାଲିଥିଲା। ଏପରିକି ନ୍ୟୁଜିଲ୍ୟାଣ୍ଡ ଦଳ ଗତ ଚାରି ମିନିଟରେ ଗୋଲକିପରଙ୍କୁ ହଟାଇ ଦେଇଥିଲା, କିନ୍ତୁ ଭାରତ ଗୋଲ ଦେଇପାରିନଥିବାବେଳେ କିୱି ଦଳ ଶେଷ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଦେଇ ଗୋଲ ସ୍କୋର କରିଥିଲା ଏବଂ ମ୍ୟାଚ ସୁଟଆଉଟରେ ପହଞ୍ଚିଥିଲା।

ଉଭୟ ଦଳ ୧-୧ ଗୋଲ ସ୍କୋର କରିଥିଲେ। ଏହା ପରେ ଫଳାଫଳ ପାଇଁ ଏକ ସୁଟଆଉଟ କରାଯାଇଥିଲା ଯେଉଁଠାରେ ଭାରତ ନ୍ୟୁଜିଲାଣ୍ଡ ଦଳକୁ ୨-୧;ର ପରାସ୍ତ କରିଥିଲା। ଗୋଲକିପର ସବିତା ପୁନିଆ ଭାରତକୁ ଗୋଲରୁ ସୁରକ୍ଷିତ ରଖିଥିଲେ। ଏହାପୂର୍ବରୁ ସେମିଫାଇନାଲରେ ସୁଟଆଉଟରେ ଅଷ୍ଟ୍ରେଲିଆ ଭାରତକୁ ୩-୦ରେ ପରାସ୍ତ କରି ସ୍ବଣ୍ଣର୍ର୍ ପଦକ ଦୌଡ଼ରୁ ବାହାର କରିଦେଇଥିଲା। ୨୦୦୨ରେ, ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଥିବାବେଳେ ୨୦୦୬ ରେ ଟିମ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା।

Share