Categories: ଜାତୀୟ

ମୋବାଇଲରେ ଗେମ୍‌ ନ ଖେଳିପାରିବାରୁ ବିଷ ପିଇଲେ ନାବାଳିକା

ମୁମ୍ବାଇ,୧୩।୯: ମୋବାଇଲରେ ଗେମ୍‌ ଖେଳିବାକୁ ନେଇ ସାନ ଭାଇ ସହ ଝଗଡ଼ା କରିବା ପରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି ଜଣେ ୧୬ ବର୍ଷୀୟା ଯୁବତୀ। ମୁମ୍ବାଇର ସମତା ନଗର ଥାନା ଅନ୍ତର୍ଗତ ଜାନୁପଡ଼ା ଅଞ୍ଚଳରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା।

ପୋଲିସ କହିବା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ମୋବାଇଲରେ ଗେମ୍‌ ଖେଳିବାକୁ ନେଇ ସାନ ଭାଇଙ୍କ ସହ ୧୬ ବର୍ଷୀୟା ପୀଡ଼ିତାଙ୍କ ଛୋଟ ଝଗଡ଼ା ହୋଇଥିଲା। ଏହାପରେ ନାବାଳିକା ପାଖ ମେଡିକାଲ ଷ୍ଟୋରରୁ ମୂଷା ମରା ଔଷଧ କିଣି ସାନ ଭାଇ ସାମ୍ନାରେ ଖାଇ ଦେଇଥିଲେ। ଏ ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ପୀଡ଼ିତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ସକାଳ ୧୦ଟାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

Share