Categories: ଜାତୀୟ

ପବ୍‌ଜି ଖେଳରୁ ଜୀବନ ହାରିଲେ କଂଗ୍ରେସ ନେତାଙ୍କ ପୁଅ

ହାଇଦ୍ରାବାଦ, ୧୨ା୬: ଆନ୍ଧ୍ରପଦେଶର କ୍ରିଷ୍ଣା ଜିଲାରେ ରବିବାର ଏକ ଦୁଖଃଦ ଘଟଣା ଘଟିଛି। ଅନ୍‌ଲାଇନ୍‌ ପବ୍‌ଜି ଗେମ୍‌ରେ ହାରିବା ପରେ ସାଙ୍ଗମାନଙ୍କ ଥଟ୍ଟା ସହି ନ ପାରି ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମଛଲିପଟ୍‌ନମ୍‌ର କଂଗ୍ରେସ ନେତା ଶାନ୍ତିରାଜଙ୍କ ପୁଅ ବୋଲି ଜଣାପଡିଛି।

ସେ ବିଭିନ୍ନ ସମୟରେ ସାଙ୍ଗମାନଙ୍କ ସହ ପବ୍‌ଜି ଖେଳୁଥିଲେ। ରବିବାର ଗେମ୍‌ ଖେଳୁଥିବା ବେଳେ ସେ ହାରି ଯାଇଥିଲେ। ସାଙ୍ଗମାନେ ଥଟ୍ଟା କରିବାରୁ ଘରେ ଲାଗିଥିବା ଏକ ପଙ୍ଖାରେ ରଶି ଲଗାଇ ଓହଲି ପଡିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share