ପୋଷାକ କାରଖାନାରେ ଅଗ୍ନିକାଣ୍ଡ, ଗୋଟିଏ ଶିଶୁ ସମେତ ୧୬ଜଣ ଜୀବନ୍ତ ଦଗ୍ଧ

ମନିଲା,୧।୯: ଫିଲିପାଇନ୍ସର ରାଜଧାନୀ ମନିଲାସ୍ଥିତ ଏକ ପୋଷାକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୬ଜଣଙ୍କର ମୃତ୍ୟୁ ଘଟିଛି। କୋଠାଟିର ଦୁଇ ମହଲା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଟି-ସାର୍ଟ ପ୍ରିଣ୍ଟିଂ ବ୍ୟବସାୟ ପାଇଁ ଗୋଦାମ ଏବଂ ଶ୍ରମିକଙ୍କ ରହଣି ଭାବରେ ଏହି କୋଠାଟି ବ୍ୟବହୃତ ହେଉଥିଲା।

ବାରଙ୍ଗ ଅଗ୍ନିଶମ ମୁଖ୍ୟ ମାର୍ସେଲୋ ରାଗୁଣ୍ଡିଆଜ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କ୍ୟୁଜନ ସହରରେ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଘର ମାଲିକଙ୍କ ପିଲା ମଧ୍ୟ ରହିଛି।

Share