୧୨ବର୍ଷରେ ୧୬ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ପାଣିପାଗ ବଦଳିବା କାରଣରୁ ଉପକୂଳ ଓଡ଼ିଶା ବେଶୀ ମାତ୍ରାରେ ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କାରଣରୁ ବିଗତ ୧୨ବର୍ଷ ମଧ୍ୟରେ ଓଡ଼ିଶା ୧୬ଟି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛି। ମଙ୍ଗଳବାର ସାମାଜିକ ସଙ୍ଗଠନ ରିଜିଓନାଲ ସେଣ୍ଟର ଫର ଡେଭଲପ୍‌ମେଣ୍ଟ କୋ ଅପରେଶନ (ଆର୍‌ସିଡିିସି) ଏବଂ କେୟାର ଇଣ୍ଡିଆର ମିଳିତ ପ୍ରୟାସରେ ‘ଓଡ଼ିଶାରେ ପରିବର୍ତ୍ତିତ ଜଳବାୟୁ ବିପଦ କ୍ଷେତ୍ରରେ ନାଗରିକ ସମାଜର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ତଥ୍ୟ ପ୍ରକାଶ କରିଛନ୍ତି। ଅତିଥିମାନେ କହିଛନ୍ତି, ଉପକୂଳ ଓଡ଼ିଶାର ବେଶୀ ମୃତ୍ତିକା କ୍ଷୟ ହେଉଥିବାରୁ ସେଠାରେ ହେନ୍ତାଳ ବନ ସୃଷ୍ଟି, ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂରଚନା, ବିପର୍ଯ୍ୟୟ ପରିଚାଳନା ପାଇଁ ଲୋକଙ୍କୁ ପ୍ରସ୍ତୁତି ଏବଂ ଜୀବିକାର୍ଜନରେ ସ୍ଥାନୀୟ ଜନଗଣଙ୍କୁ ସହାୟତା କରିବା ଆବଶ୍ୟକ। ସେହିପରି ୪୮୦ କିଲୋମିଟର ପରିବ୍ୟାପ୍ତ ଉପକୂଳ ଓଡ଼ିଶାରେ ୬ଟି ଉପକୂଳ ଜିଲାର ୨୬୭ କିଲୋମିଟର ଅଞ୍ଚଳ ମୃତ୍ତିକା କ୍ଷୟ ହୋଇଥିବା ନେଇ ଆଲୋଚନା ଚକ୍ରରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିପର୍ଯ୍ୟୟ ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପୂର୍ବରୁ ମୁକାବିଲା ସାମର୍ଥ୍ୟର ବିକାଶ ଦିଗରେ ନାଗରିକ ସମାଜ ଆଗକୁ ଆସିବା ଉଚିତ ବୋଲି ଗୁରୁତ୍ୱାରୋପ କରାଯାଇଥିଲା।
ଆଲୋଚନାଚକ୍ରରେ ଆର୍‌ସିଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାଶ ଯୋଗଦେଇ ସାମୁଦ୍ରିକ ଜୁଆର ବୃଦ୍ଧି କାରଣରୁ ରାଜ୍ୟରେ ବାସଚୁ୍ୟୁତ ହେଉଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ନୀତି ପ୍ରଣୟନ ହେବା ଦିଗରେ ପରାମର୍ଶ ଦେଇଥିଲେ। ଟାଟା ଷ୍ଟିଲ ଫାଉଣ୍ଡେଶନର ମୁଖ୍ୟ ଡ. ଅମ୍ବିକା ନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେୟାର ୟୁଏସ୍‌ଏର ଭାଇସ୍‌ ପ୍ରେସିଡେଣ୍ଟ ଦୀପମାଳା ମହଲା, ୟୁନିସେଫ୍‌ର ବିପଦ ମୁକାବିଲା ବିଶେଷଜ୍ଞ ଓଁକାର ଓନେଲ ଖାରେ, ୟୁଏନ୍‌ଡ଼ିପିର ରାଜ୍ୟ ମୁଖ୍ୟ ଡ. ଆଭା ମିଶ୍ର, ଓଡ଼ିଶା ପରିବେଶ କଂଗ୍ରେସ ସମ୍ପାଦକ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ମୁଖ୍ୟ ପ୍ରଫେସର କବିର ମୋହନ ସେଠୀ ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ, ଆହ୍ବାନ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri