Categories: ଜାତୀୟ

ଲୁଟିନେଲେ ୧୬କେଜି ସୁନା, ନଗଦ ଟଙ୍କା

ଭୋପାଳ,୨୭।୧୧: ମଧ୍ୟପ୍ରଦେଶ କଟ୍‌ନି ଜିଲାରେ ସୁନା ବଦଳରେ ଋଣ ଦେଉଥିବା ଏକ ସଂସ୍ଥାରୁ ଡକାୟତମାନେ ୧୬ କେଜି ସୁନା ଓ ନଗଦ ୩.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମୁଖାପିନ୍ଧା ୬ ଜଣ ସଶସ୍ତ୍ର ଡକାୟତ ବାଇକ୍‌ରେ ଆସି କାର୍ଯ୍ୟାଳୟ ସମ୍ମୁଖରେ ଅଟକିଥିଲେ। ପରେ ସେମାନେ କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ସେଠାରେ ଡକାୟତମାନେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ ଲକର ଖୋଲି ୧୬ କେଜି ସୁନା, ଯାହାର ମୂଲ୍ୟ ୫ କୋଟି ସହ ନଗଦ ୩.୫ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ବର୍ଗଓ୍ବାନ ଅଞ୍ଚଳରେ ଥିବା ଏହି କାର୍ଯ୍ୟାଳୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ଥିଲା ବୋଲି କଟ୍‌ନି ଏସ୍‌ପି ଏସ୍‌.କେ. ଜୈନ ପ୍ରକାଶ କରିଛନ୍ତି।

Share