ଭୟଙ୍କର ଅଗ୍ନିକାଣ୍ଡ, ୧୬ ମହଲା ପୋଡ଼ି ପାଉଁଶ

ଇସଲାମାବାଦ,୧୨ା୩: କରାଚିରେ ଶନିବାର ରାତିରେ ୧୬ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା। କରାଚିର ଶାହରାହ-ଏ-ଫୈସଲରେ ଥିବା ୧୬ ମହଲା ବିଶିଷ୍ଟ ପୋର୍ଟଓ୍ବେ ବାଣିଜ୍ୟ କେନ୍ଦ୍ର ଭବନରେ ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରଥମେ ବିଲ୍ଡିଂ ଉପରେ ଥିବା ଏକ ହୋର୍ଡିଂରେ ନିଆଁ ଲାଗିଥିଲା। ଏହା ପରେ ଏହା ଧିରେ ଧିରେ ସମଗ୍ର ବିଲ୍ଡିଂକୁ ବ୍ୟାପି ଯାଇଥିଲା। ନିଆଁ ଲିଭାଇବା ପାଇଁ ୧୨ରୁ ଅଧିକ ଫାୟାର ଗାଡ଼ି ରହିଥିଲା। ଅନେକ ଓ୍ବାଟର ଟ୍ୟାଙ୍କର୍‌ ଏବଂ ଦୁଇଟି ଓ୍ବାଟର ବାଉଜର ମଧ୍ୟ ରହିଥିଲା।

ଘଟଣାସ୍ଥଳରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପେଟ୍ରୋଲ ପମ୍ପ ପାଖରେ ଠିକ୍‌ ପୋର୍ଟଓ୍ବେ ବାଣିଜ୍ୟ କେନ୍ଦ୍ର  ବିଲ୍ଡିଂର ଅଷ୍ଟମ ମହଲାରେ କିଛି ଲୋକ ଥିଲେ। ନିଆଁରୁ ରକ୍ଷା ପାଇବା ପାଇଁ ପ୍ରଥମ ମହଲାରୁ ଡେଇଁବା ପରେ ଜଣେ ଆହତ ହୋଇଥିବା ସୂଚନା ପାଇ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି।

Share