ହୋଟେଲରେ ନିଆଁ ଲାଗି ୧୬ ମୃତ

ଫନୋମ୍‌ ପେନ୍‌ହ,୨୯ା୧୨: କାମ୍ବୋଡିଆର ଏକ ହୋଟେଲ କାସିନୋରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିଥିବା ଏହି ନିଆଁରେ ଗ୍ରାଣ୍ଡ ଡାଇମଣ୍ଡ ସିଟି କାସିନୋର ବହୁ କ୍ଷୟକ୍ଷତି ଘଟିଛି। ନିଆଁ ଲିଭାଇବାକୁ ପଡ଼ୋଶୀ ଥାଇଲାଣ୍ଡ ଫାୟାରଟ୍ରକ୍‌ ପଠାଇଥିଲା। ମୃତକଙ୍କ ମଧ୍ୟରେ ହୋଟେଲ କର୍ମଚାରୀ ଓ ଗ୍ରାହକ ରହିଥିବା ଜଣାପଡ଼ିଛି।

 

Share