Posted inଜାତୀୟ

୧୬ କୋଟି ମହିଳାଙ୍କୁ ଆବଶ୍ୟକ ଗର୍ଭ ନିରୋଧକ

ନୂଆଦିଲ୍ଲୀ,୨୩।୭: ଦେଶବ୍ୟାପୀ ୧୬ କୋଟି ବିବାହିତ ମହିଳା ଓ ଯୁବତୀଙ୍କୁ ଗର୍ଭନିରୋଧକର ଆବଶ୍ୟକତା ଥିବା ଲାନ୍‌ସେଟ୍‌ ଜର୍ନାଲରେ ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି। ୧୯୭୦ରେ ବିଶ୍ୱରେ ଏହାର ବ୍ୟବହାର ବୃଦ୍ଧି ପାଇଥିଲା। ମହିଳାଙ୍କ ଉତ୍ତର ସ୍ବାସ୍ଥ୍ୟ ସାଙ୍ଗକୁ ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକ (ସଷ୍ଟେନେବଲ୍‌ ଡେଭଲପମେଣ୍ଟ ଗୋଲ୍‌ ଇଣ୍ଡିକେଟର ଇଣ୍ଡିକେଟର) ଦୃଷ୍ଟିରୁ ମହିଳାଙ୍କୁ ଏହାର ଆବଶ୍ୟକତା ରହିଥିବା ବିଶେଷଜ୍ଞ କହିଛନ୍ତି। ନିରୋଧକ ବ୍ୟବହାର ଦ୍ୱାରା ମାତୃତ୍ୱ ଜନିତ ସମସ୍ୟା ଏବଂ ଶିଶୁ ସମ୍ବନ୍ଧୀୟ ଅସୁବିଧାକୁ ଦୂର କରାଯାଇପାରିବ। ଏଥିସହ ଅବାଞ୍ଛିତ ଗର୍ଭଧାରଣକୁ ଦୂର କରାଯାଇ ପାରିବ। ଏ ନେଇ କରାଯାଇଥିବା ଅଧ୍ୟୟନରେ ୧,୧୬୨ ମହିଳାଙ୍କୁ ସାମିଲ କରାଯାଇଥିବାବେଳେ ମଡେଲିଂ ବ୍ୟବହାର କରି ନ୍ୟାଶନାଲ ଏଷ୍ଟିମେଟ୍‌ କରାଯାଇଛି।
ଉଭୟ ବିବାହିତ, ଅବିବାହିତ ମହିଳା ଏବଂ ଦେହ ବ୍ୟବସାୟରେ ଲିପ୍ତ ଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭ ନିରୋଧକର ଆବଶ୍ୟକତା ରହିଛି। ଗବେଷଣା ରିପୋର୍ଟ ଅନୁସାରେ, ୧୯୭୦ରେ ନିରୋଧକ ବ୍ୟବହାର ୨୮% ବୃଦ୍ଧି ପାଇଥିବାବେଳେ ୨୦୧୯ରେ ଏହା ୪୮ ପ୍ରତିଶତ ବଢ଼ିଛି। ୧୬ କୋଟି ମହିଳା ବର୍ତ୍ତମାନ ଏହାର ବ୍ୟବହାର କରୁ ନ ଥିବା ଜଣାପଡ଼ିଛି। ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ ବିଶ୍ୱବ୍ୟାପୀ ୧୨୦ କୋଟି ମହିଳାଙ୍କୁ ଗର୍ଭନିରୋଧକର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri