Categories: ଜାତୀୟ

ରାମ ମନ୍ଦିର ଭୂମିପୂଜାର ସିଧାପ୍ରସାରଣକୁ ଟିଭିରେ ଦେଖିଲେ ୧୬ କୋଟି ଲୋକ

ନୂଆଦିଲ୍ଲୀ,୯।୮: ଦୀର୍ଘ ପ୍ରାୟ ୫ଶହ ବର୍ଷର ଅପେକ୍ଷା ପରେ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମିପୂଜା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଟେଲିଭିଜନରେ ଦର୍ଶକେ ଦେଖିଥିଲେ। ପ୍ରସାର ଭାରତୀର ପ୍ରାଥମିକ ସୂଚନାରୁ ଜଣାପଡଛି କି ଏହି ଭୂମିପୂଜାକୁ ୧୬ କୋଟିରୁ ଊର୍ଦ୍ଧ୍ୱ ଲୋକେ ଘରେ ବସି ଟେଲିଭିଜନରେ ଦେଖିଥିଲେ। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଶଶି ଶେଖର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ପାଖାପାଖି ୨୦୦ ଟିଭି ଚ୍ୟାନେଲ ସକାଳ ୧୦ଟା ୪୫ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରିଥିଲେ। ସୂଚନାଯୋଗ୍ୟ, ଏହି ଭୂମିପୂଜା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ।

Share