କୋଣାର୍କ ଏକ୍ସପ୍ରେସରୁ ଜବତ ହେଲା ୧୬ କୋଟିର ସୁନା, ୪ଟି ବ୍ୟାଗ୍‌ରେ ଥିଲା ୩୨ କେଜି

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଣାର୍କ ଏକ୍ସପ୍ରେସରୁ ୧୬ କୋଟି ଟଙ୍କାର ସୁନା ଜିଆର୍‌ପି ପୋଲିସ ଜବତ କରିଛି। ଜବତ ସୁନା ସହ ୪ ଜଣଙ୍କୁ ଅଟକ ରଖାଯାଇଛି।
ଖବର ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ ଚଢାଉ କରାଯାଇଥିଲା। ଚଢାଉରେ ୪ଟି ବ୍ୟାଗରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ । ସେନେଇ କିଛି ସ୍ପଷ୍ଟ ହୋଇନି । ଅଧିକ ତଦନ୍ତ ପାଇଁ ଜିଏସ୍‌ଟି ଏବଂ ଆଇଟିକୁ ସୂଚନା ଦିଆଯାଇଛି।