Categories: ଜାତୀୟ

ଶୀତ ଅଧିବେଶନରେ ଆସିବ ୧୬ ବିଲ୍‌

ନୂଆଦିଲ୍ଲୀ,୨ା୧୨: ଆସନ୍ତା ୭ରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ କେନ୍ଦ୍ର ସରକାର ୧୬ଟି ନୂଆ ବିଲ୍‌ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଲୋକ ସଭା ପକ୍ଷରୁ ଜାରି ଏକ ବୁଲେଟିନ୍‌ ଅନୁସାରେ ତନ୍ମଧ୍ୟରେ ନ୍ୟାଶନାଲ ଡେଣ୍ଟାଲ କମିଶନ ବିଲ୍‌, ନ୍ୟାଶନାଲ ନର୍ସିଂ ଆଣ୍ଡ୍‌ ମିଡ୍‌-ଓ୍ବାଇଫେରି କମିଶନ ବିଲ୍‌, କ୍ୟାଣ୍ଟନମେଣ୍ଟ ବିଲ୍‌, ଏବଂ ମଲ୍ଟି-ଷ୍ଟେଟ୍‌ କୋ-ଅପରେଟିଭ୍‌ ସୋସାଇଟି ଆମେଣ୍ଡ୍‌ମେଣ୍ଟ ବିଲ୍‌,୨୦୨୨ ରହିଛି। ପାର୍ଲାମେଣ୍ଟର ପୁରୁଣା ବିଲ୍ଡିଂରେ ଏହି ଅଧିବେଶନ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ।

Share