ଖୋର୍ଦ୍ଧା ଜିଲାରେ ୧୬ ଅତିରିକ୍ତ ମତଦାନ କେନ୍ଦ୍ର

ଭୁବନେଶ୍ୱର,୧୩ା୪: ଖୋର୍ଦ୍ଧା ଜିଲାରେ ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଭୁବନେଶ୍ୱର ଉତ୍ତରରେ ୫ଟି, ଏକାମ୍ର ଭୁବନେଶ୍ୱରରେ ୯ଟି ଏବଂ ଖୋର୍ଦ୍ଧା ବିଧାନସଭା ଅଧୀନରେ ଗୋଟିଏ ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ଚାରୋଟି ବିଧାନସଭା କ୍ଷେତ୍ରରେ ମୋଟ୍‌ ୯୩୨ ମତଦାନ କେନ୍ଦ୍ର ଥିବାବେଳେ ଆଉ ୧୬ଟି ଅତିରିକ୍ତ ବୁଥ୍‌ ବୃଦ୍ଧି ହେବା ଦ୍ୱାରା ମୋଟ୍‌ ବୁଥ୍‌ ସଂଖ୍ୟା ୯୪୮ରେ ପହଞ୍ଚିଛି। ସହରାଞ୍ଚଳରେ ୧୬ଶହରୁ ଅଧିକ ମତଦାତା ଏବଂ ଗ୍ରାମାଞ୍ଚଳରେ ୧୫ ଶହରୁ ଅଧିକ ଭୋଟର ଥିବା ପୂର୍ବ ମତଦାନ କେନ୍ଦ୍ରରୁ ପୃଥକ୍‌ କରି ଏହି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି।

ଏ ସଂକ୍ରାନ୍ତରେ ବିିଭିନ୍ନ ରାଜନୈତିକ ଦଳ ଏବଂ ଅଂଶୀଦାରମାନଙ୍କ ସହ ହୋଇଥିବା ବିଚାରବିମର୍ଷକୁ ଆଧାର କରି ପଠାଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିବା ପରେ ଏହି ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ମତଦାନ କେନ୍ଦ୍ରଗୁଡ଼ିକ ସଂପୃକ୍ତ ମୂଳ ମତଦାନ ଥିବା କ୍ୟାମ୍ପସ ମଧ୍ୟରେ ହିଁ ରହିବ। ୧୧୨-ଭୁବନେଶ୍ୱର ମଧ୍ୟ ବିଧାନସଭା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଝାରପଡ଼ା(ବୁଥ୍‌ ନଂ ୧୮୦), ୧୧୩-ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଳାରାହାଙ୍ଗ (ବୁଥ୍‌ ନଂ ୨୩), ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଟିଆ (ବୁଥ୍‌ ନଂ ୨୯), ମହର୍ଷି ମହିଳା ମହାବିଦ୍ୟାଳୟ, ଶୈଳଶ୍ରୀବିହାର (ବୁଥ୍‌ ନଂ-୬୯), ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜନତାନଗର, ସାଲିଆସାହି (ବୁଥ୍‌ ନଂ-୧୪୫), ସରକାରୀ ଉଚ୍ଚ ବିଦ୍ୟାଳୟ, ପଳାଶୁଣି (ବୁଥ୍‌ ନଂ ୨୨୬), ୧୧୪-ଏକାମ୍ର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ଘାଟିକିଆ (ବୁଥ୍‌ ନଂ-୭ ଓ ୧୨), ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରି (ବୁଥ୍‌ ନଂ ୪୪ ଓ ୪୭), ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁମୁଡୁମା ଗ୍ରାମ (ବୁଥ୍‌ ନଂ ୧୨୪ ଓ ୧୨୬), ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର (ବୁଥ୍‌ ନଂ ୧୩୮), ବିଏମ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଭୁବନେଶ୍ୱର (ବୁଥ୍‌ ନଂ ୧୫୧), ସେଣ୍ଟ ଜାଭିୟର ହାଇସ୍କୁଲ, କେଦାରଗୌରୀ (ବୁଥ୍‌ ନଂ-୧୫୭) ଏବଂ ୧୧୭-ଖୋର୍ଦ୍ଧା ବିଧାନସଭା କ୍ଷେତ୍ର ଅନୁର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗ (ବୁଥ୍‌ ନଂ ୪୩)ରେ ଏହିସବୁ ଅତିରିକ୍ତ ବୁଥ୍‌ ଖୋଲିଯିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।