Posted inଜାତୀୟ

୧୬-୧୮ ବର୍ଷ ବୟସ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଜାଣନ୍ତି : ପୋକ୍ସୋ ମାମଲାରେ ପୂର୍ବତନ ବିଚାରପତି ଲୋକୁରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୩।୧୨ : କିଶୋର ବୟସ ସମ୍ପର୍କରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ମଦନ ବି, ଲୋକୁର କହିଛନ୍ତି ଯେ, ୧୬-୧୮ ବର୍ଷ ବୟସ୍କ ସେମାନଙ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଭଲ ଭାବେ ଜାଣନ୍ତି। ଏହାର ଫଳଫଳା ନେଇ ମଧ୍ୟ ସେମାନଙ୍କୁ ଜଣା। ଏଭଳି କ୍ଷେତ୍ରରେ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଏକ ସ୍ବତନ୍ତ୍ର ଧାରା ରହିଥିବାବେଳେ ପୋକ୍ସୋ କ୍ଷେତ୍ରରେ କାହିଁକି ସମାନ ଧାରା ଲାଗୁ କରାଯାଉ ନାହିଁ। ଏହା ଦ୍ୱାରା ପୋକ୍ସୋ ମାମଲା କ୍ଷେତ୍ରରେ କେତେକ ସମସ୍ୟା ଉପୁଜିବା ସହିତ ବିଚାରରେ ମନ୍ଥର ସ୍ଥିତି ସୃଷ୍ଟି ହେଉଛି। ଦିଲ୍ଲୀ କମିଶନ ଫର୍‌ ପ୍ରୋଟେକଶନ ଅଫ୍‌ ଚାଇଲ୍ଡ ରାଇଟ୍ସ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।

କିଶୋର ବୟସରେ ଯୁବକ ଯୁବତୀମାନଙ୍କ ଅନ୍ତରଙ୍ଗ ସମ୍ପର୍କ କ୍ଷେତ୍ରରେ ସେମାନଙ୍କର ବିଚାର ପ୍ରଚଳିତ ଆଇନ ଅନୁସାରେ କରାଯାଉଛି। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ଯେତେବେଳେ ଦେଶରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ପରିଗଣିତ କରାଯାଉ ନାହିଁ ସେତେବେଳେ କିଶୋର ବୟସରେ ଯୁବକ ଯୁବତୀମାନଙ୍କ ଅନ୍ତରଙ୍ଗ ସମ୍ପର୍କ ଆଇନ ଆଖିରେ ଅପରାଧ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ପୋକ୍ସୋ ମାମଲାରେ ନ୍ୟାୟ, ବିଚାର, ନ୍ୟାୟିକ ପ୍ରକ୍ରିୟା ଏବଂ ବିଚାରାଧୀନ ମାମଲା ପଡ଼ି ରହିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋକ୍ସୋ ମାମଲା କ୍ଷେତ୍ରରେ ସ୍ବତନ୍ତ୍ର କୋର୍ଟ ସ୍ଥାପନ ପରେ ଏବେ ଫାଷ୍ଟ ଟ୍ରାକ୍‌ କୋର୍ଟ ଏବଂ ସ୍ପତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟର ଆବଶ୍ୟକତା ଦେଖାଦେଇଛି। ସେହିପରି ପୀଡ଼ିତା ଅବା ପୀଡ଼ିତଙ୍କ କ୍ଷେତ୍ରରେ କ୍ଷତିପୂରଣ ପ୍ରଦାନ ନେଇ ସେ କହିଛନ୍ତି ଯେ, ୫ ଲକ୍ଷ ଅବା ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଗଲା ଭାବିବା ଠିକ ନୁହେଁ। ସେହିପରି କ୍ଷତିପୂରଣ ଏକା ସମୟରେ ନ ମିଳି ବର୍ଷ ପରେ ବର୍ଷ ବିତି ଯାଉଥିବାରୁ କୌଣସି ସୁଫଳ ମିଳୁ ନଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri