Posted inRasifala

ରାଶିଫଳ: ଗୁରୁବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ଚନ୍ଦ୍ର କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। କୃତ୍ତିକା ନକ୍ଷତ୍ର ବିବାଦୀୟ ପରିସ୍ଥିତିରେ ଅନ୍ୟ ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ବିଭିନ୍ନ ସୂତ୍ରରୁ ରୋଜଗାର କରି ଆନନ୍ଦ ଲଭିବେ। ଅର୍ଥ, ପ୍ରଶାସନ, ଆଇନ, ସଭା ସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁକ ଖୁସି ରହିବେ।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଅଟକି ରହିଥିବା କାମକୁ ସମ୍ପନ୍ନ କରିପାରିବେ। ମୃଗଶିରା ନକ୍ଷତ୍ରର ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ସାମାଜିକ ସ୍ତରରେ ଲୋକାଭିମୁଖୀ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମିଥୁନ
ମିଥୁନ
ବୁଧ ନୀଚାରୋହୀ କାରଣରୁ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନି। ବୁଝାମଣା ଭଲ ନ ଥିବାରୁ ଆମତ୍ୀୟମାନେ ଅସହଯୋଗ କରିପାରନ୍ତି, ଯାହାକି ସାମୟିକ ସମସ୍ୟା ସୃଷ୍ଟି କରିବ। ଅସୁବିଧାରେ ପଡ଼ି ଅର୍ଥ ନେଇଥିବା ଲୋକଟି ଟଙ୍କା ଦେବାର ନାଁ ଧରିବ ନାହିଁ। ଆରଦ୍ରା ନକ୍ଷତ୍ର ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି।
କର୍କଟ
କର୍କଟ
ସହକର୍ମୀମାନେ ସହଯୋଗର ହାତ ବଢ଼ାଇ ସହାନୁଭୂତି ପ୍ରକାଶ କରିପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିବା ଆଶଙ୍କା ରହିଛି। ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଯେତେ ପାଇଲେ ମଧ୍ୟ ଅଭାବ ଲାଗିରହିବା କାରଣରୁ ଅଶାନ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ବନ୍ଧୁଙ୍କ ସହ ବିଭିନ୍ନ ଯୋଜନା ସମ୍ପର୍କିତ ଆଲୋଚନାରେ ଅଗ୍ରଗତି ଘଟିପାରେ। ରାଜନୈତିକ ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆଶାନୁଯାୟୀ ସଫଳତା ନ ପାଇବା କାରଣରୁ ସନ୍ତାନଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଧୈର୍ଯ୍ୟର ସହ କାର୍ଯ୍ୟକଲେ ଉପକୃତ ହେବେ।
କନ୍ୟା
ଆଜି ପଦସ୍ଥ ବ୍ୟକ୍ତିଙ୍କ ଦୃଢ଼ ପ୍ରତିଶ୍ରୁତି ଲାଭକରି ମନ ହାଲୁକା ହୋଇଯିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବନ୍ଧୁ ମଧ୍ୟରେ କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ। କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ।
ତୁଳା
ତୁଳା
ଆଜି ସପ୍ତମସ୍ଥ ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ସ୍ବାସ୍ଥ୍ୟ, ପାରିବାରିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ସ୍ବାତୀ ନକ୍ଷତ୍ରର ସନ୍ତାନଙ୍କ ବୈବାହିକ ପ୍ରସ୍ତାବର ଆଲୋଚନା କରିପାରନ୍ତି। ଗତକାଲିଠାରୁ ସ୍ଥିରୀକୃତ ଗସ୍ତ କାର୍ଯ୍ୟ ଆକସ୍ମିକ ବାତିଲ ହୋଇପାରେ।
ବିଛା
ବିଛା
ମନ ଯେମିତି ଚାହୁଁଛି ତାହା ପାଇଯିବା କାରଣରୁ ଉତ୍‌ଫୁଲ୍ଲିତ ରହିବେ। ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ରହିଥିବା ବିବଦମାନ ସ୍ଥିତି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ। ପରିବାରର ଆବଶ୍ୟକତା ପୂରଣ ଲାଗି ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ।
ଧନୁ
ଧନୁ
ପରିବାରରେ ଛୋଟକଥାକୁ କେନ୍ଦ୍ରକରି କଳହ ସୃଷ୍ଟି ଆଶଙ୍କା ଦେଖାଦେଇପାରେ। ଉତ୍ତରାଷାଢ଼ା ନକ୍ଷତ୍ର ସାଙ୍ଗଠନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗପୀଡ଼ାରେ କଷ୍ଟ ପାଇପାରନ୍ତି। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରି ବନ୍ଧୁଙ୍କୁ ପରାମର୍ଶ ମାଗିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ଶିଳ୍ପ, ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେଇପାରେ। ବିଶୃଙ୍ଖଳିତ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବ। ଧନିଷ୍ଠା ନକ୍ଷତ୍ର ପରିଜନଙ୍କ ସହିତ ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
କୁମ୍ଭ
କୁମ୍ଭ
ଦୀର୍ଘଦିନ ହେଲା ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ବିବାଦୀୟ ସ୍ଥିତିକୁ ସୁଧାରିନେବେ। ଶତଭିଷା ନକ୍ଷତ୍ର ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଆତ୍ମୀୟଙ୍କ ବେଖାତିର ମନୋଭାବ ଦୁଶ୍ଚିନ୍ତାକୁ ବଢ଼ାଇପାରେ।
ମୀନମୀନ

ଆଜି କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟିହେବାର ଆଶଙ୍କା ରହିଛି। ଯେତେ ଭଲ କାମ କଲେ ମଧ୍ୟ ସେମାନେ ପ୍ରଶଂସା ପାଇବା କଷ୍ଟକର ହୋଇପାରେ। ଉତ୍ତର ଭାଦ୍ରବ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଚଳିତ ପରିସ୍ଥିତିକୁ ନଜର ଦେଇ କାମ କରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri