ବିଏମ୍‌ସିର ଘୋଷଣା: ଭୁବନେଶ୍ୱର ଖୋଲା ମଳମୁକ୍ତ ସହର

ଭୁବନେଶ୍ୱର, ୪ା୧(ବ୍ୟୁରୋ):  ଭୁବନେଶ୍ୱରରେ ବର୍ତ୍ତମାନ ୨୨୬ଟି ଶୌଚାଳୟ କାର୍ଯ୍ୟରତ ଥିବାବେଳେ ଏଥିରେ ୧୬୯୮ଟି ସିଟ୍‌ରେ ଲୋକେ ଶୌଚ କରୁଛନ୍ତି। ସାମୂହିକ, ଗୋଷ୍ଠୀ, ଇ-ଟଏଲେଟ୍‌ ଓ ପେଟ୍ରୋଲପମ୍ପ ଆଦିରେ ଏହି ଶୌଚାଳୟଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଭୁବନେଶ୍ୱରର ୨୦ଟି ମୁଖ୍ୟ ସ୍ଥାନରେ ପରିସ୍ରାଗାରର ନିର୍ମାଣ କରାଯିବ। ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରକୁ ଖୋଲା ମଳମୁକ୍ତ (ଓପନ ଡେଫିକେସନ୍‌ ଫ୍ରି/ଓଡିଏଫ୍‌++) ସହର ଭାବେ ଘୋଷଣା କରାଯାଇଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ଆତ୍ମଘୋଷଣା ଉତ୍ସବରେ କମିଶନର ଚୌଧାରୀ କହିଥିଲେ, ଭୁବନେଶ୍ୱରକୁ ଲୋକେ ମନ୍ଦିରମାଳିନୀ ସହର ଅଥବା ଦେଶର ୧ ନମ୍ବର ସ୍ମାର୍ଟ ସିଟି ଭାବେ ଜାଣିଛନ୍ତି। ହେଲେ ଏବେ ଭୁବନେଶ୍ୱରକୁ ସ୍ବଚ୍ଛ ସହର ଭାବେ ପରିଗଣିତ କରିବାର ସମୟ ଆସିଛି। ସହରକୁ ପରିଚ୍ଛନ୍ନ ଏବଂ ସବୁଜିମାରେ ପରିଣତ କରିବା ପାଇଁ ବିଏମ୍‌ସି ଗୋ-ଗ୍ରୀନ୍‌ ଅଭିଯାନ ଆରମ୍ଭ କରିଛି। ଉପହାରରେ ଚାରା, ପୁସ୍ତକ ଦେବା ସହ ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ କରିବା ପାଇଁ ସେ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ସବରେ ବିଏମ୍‌ସି ପ୍ରଶାସକ ତଥା ରାଜ୍ୟ ମହାନଗର ନିଗମ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଯୋଗଦେଇ କହିଥିଲେ, ଭୁବନେଶ୍ୱର ଏବେ ଓଡ଼ିଏଫ୍‌++ ସହର ଭାବେ ପରିଗଣିତ ହୋଇଛି। ଏହା ପରେ ଏବେ ତୃତୀୟ ପକ୍ଷଙ୍କ ଦ୍ୱାରା ଏହାର ସ୍ଥିତି ପରଖିବା ଅଥବା ସମୀକ୍ଷା କରିବା ପାଇଁ ପ୍ରକ୍ରିୟା ଜାରି ରହିବ। ଓଡ଼ିଏଫ୍‌++ ପରେ ପରେ ଏବେ ବିଏମ୍‌ସି ଗାର୍ବେଜ୍‌ ଫ୍ରି ସିଟି (ଜିଏଫସି) ଭାବେ ଭୁବନେଶ୍ୱରକୁ ଗଢି ତୋଳିବା ପାଇଁ ନଗର ଉନ୍ନୟନ ବିଭାଗ ପରାମର୍ଶ ଦେଇଛି। ଯାହାକି ଆଗକୁ ଏକ ବଡ଼ ବେଞ୍ଚମାର୍କ ହୋଇ ସାମ୍ନାକୁ ଆସିବ। ଜିଏଫ୍‌ସି ସହର ଭାବେ ଦେଶର ୪ହଜାର ୮୩୦ଟି ସହରକୁ ନେଇ ସର୍ଭେ କରାଯିବ। ୭ଟି ଷ୍ଟାର୍‌ ପାଇଥିବା ସହରଗୁଡ଼ିକୁ ହିଁ ଉକ୍ତ ସର୍ଭେରେ ସ୍ଥାନିତ କରାଯିବ। ତେଣୁ ବିଏମ୍‌ସି ଭୁବନେଶ୍ୱରକୁ ଜିଏଫ୍‌ସି ସହର ଭାବେ ଗଢ଼ିତୋଳିବା ଉଚିତ୍‌ ବୋଲି ସେ କହିଥିଲେ। ଏଥିସହ ଆଗକୁ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ପରିମଳ ବ୍ୟବସ୍ଥା ସୁଧାରି ଭଲ ପ୍ରଦର୍ଶନ କରିବାକୁ ନାୟକ ପରାମର୍ଶ ଦେଇଥିଲେ।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଅବନୀ ପଟ୍ଟନାୟକ, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଶ୍ରୀମନ୍ତ ମିଶ୍ର, ଶ୍ୟାମସୁନ୍ଦର ସେଠୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri