ବିଏମ୍‌ସିର ଘୋଷଣା: ଭୁବନେଶ୍ୱର ଖୋଲା ମଳମୁକ୍ତ ସହର

ଭୁବନେଶ୍ୱର, ୪ା୧(ବ୍ୟୁରୋ):  ଭୁବନେଶ୍ୱରରେ ବର୍ତ୍ତମାନ ୨୨୬ଟି ଶୌଚାଳୟ କାର୍ଯ୍ୟରତ ଥିବାବେଳେ ଏଥିରେ ୧୬୯୮ଟି ସିଟ୍‌ରେ ଲୋକେ ଶୌଚ କରୁଛନ୍ତି। ସାମୂହିକ, ଗୋଷ୍ଠୀ, ଇ-ଟଏଲେଟ୍‌ ଓ ପେଟ୍ରୋଲପମ୍ପ ଆଦିରେ ଏହି ଶୌଚାଳୟଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ମାର୍ଚ୍ଚ ଶେଷ ସୁଦ୍ଧା ଭୁବନେଶ୍ୱରର ୨୦ଟି ମୁଖ୍ୟ ସ୍ଥାନରେ ପରିସ୍ରାଗାରର ନିର୍ମାଣ କରାଯିବ। ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରକୁ ଖୋଲା ମଳମୁକ୍ତ (ଓପନ ଡେଫିକେସନ୍‌ ଫ୍ରି/ଓଡିଏଫ୍‌++) ସହର ଭାବେ ଘୋଷଣା କରାଯାଇଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ଶୁକ୍ରବାର ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ଆତ୍ମଘୋଷଣା ଉତ୍ସବରେ କମିଶନର ଚୌଧାରୀ କହିଥିଲେ, ଭୁବନେଶ୍ୱରକୁ ଲୋକେ ମନ୍ଦିରମାଳିନୀ ସହର ଅଥବା ଦେଶର ୧ ନମ୍ବର ସ୍ମାର୍ଟ ସିଟି ଭାବେ ଜାଣିଛନ୍ତି। ହେଲେ ଏବେ ଭୁବନେଶ୍ୱରକୁ ସ୍ବଚ୍ଛ ସହର ଭାବେ ପରିଗଣିତ କରିବାର ସମୟ ଆସିଛି। ସହରକୁ ପରିଚ୍ଛନ୍ନ ଏବଂ ସବୁଜିମାରେ ପରିଣତ କରିବା ପାଇଁ ବିଏମ୍‌ସି ଗୋ-ଗ୍ରୀନ୍‌ ଅଭିଯାନ ଆରମ୍ଭ କରିଛି। ଉପହାରରେ ଚାରା, ପୁସ୍ତକ ଦେବା ସହ ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ କରିବା ପାଇଁ ସେ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ସବରେ ବିଏମ୍‌ସି ପ୍ରଶାସକ ତଥା ରାଜ୍ୟ ମହାନଗର ନିଗମ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଯୋଗଦେଇ କହିଥିଲେ, ଭୁବନେଶ୍ୱର ଏବେ ଓଡ଼ିଏଫ୍‌++ ସହର ଭାବେ ପରିଗଣିତ ହୋଇଛି। ଏହା ପରେ ଏବେ ତୃତୀୟ ପକ୍ଷଙ୍କ ଦ୍ୱାରା ଏହାର ସ୍ଥିତି ପରଖିବା ଅଥବା ସମୀକ୍ଷା କରିବା ପାଇଁ ପ୍ରକ୍ରିୟା ଜାରି ରହିବ। ଓଡ଼ିଏଫ୍‌++ ପରେ ପରେ ଏବେ ବିଏମ୍‌ସି ଗାର୍ବେଜ୍‌ ଫ୍ରି ସିଟି (ଜିଏଫସି) ଭାବେ ଭୁବନେଶ୍ୱରକୁ ଗଢି ତୋଳିବା ପାଇଁ ନଗର ଉନ୍ନୟନ ବିଭାଗ ପରାମର୍ଶ ଦେଇଛି। ଯାହାକି ଆଗକୁ ଏକ ବଡ଼ ବେଞ୍ଚମାର୍କ ହୋଇ ସାମ୍ନାକୁ ଆସିବ। ଜିଏଫ୍‌ସି ସହର ଭାବେ ଦେଶର ୪ହଜାର ୮୩୦ଟି ସହରକୁ ନେଇ ସର୍ଭେ କରାଯିବ। ୭ଟି ଷ୍ଟାର୍‌ ପାଇଥିବା ସହରଗୁଡ଼ିକୁ ହିଁ ଉକ୍ତ ସର୍ଭେରେ ସ୍ଥାନିତ କରାଯିବ। ତେଣୁ ବିଏମ୍‌ସି ଭୁବନେଶ୍ୱରକୁ ଜିଏଫ୍‌ସି ସହର ଭାବେ ଗଢ଼ିତୋଳିବା ଉଚିତ୍‌ ବୋଲି ସେ କହିଥିଲେ। ଏଥିସହ ଆଗକୁ ହେବାକୁ ଥିବା ସ୍ବଚ୍ଛ ସର୍ବେକ୍ଷଣରେ ପରିମଳ ବ୍ୟବସ୍ଥା ସୁଧାରି ଭଲ ପ୍ରଦର୍ଶନ କରିବାକୁ ନାୟକ ପରାମର୍ଶ ଦେଇଥିଲେ।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଅବନୀ ପଟ୍ଟନାୟକ, ଡେପୁଟି କମିଶନର ଶୁଭେନ୍ଦୁ ସାହୁ, ଶ୍ରୀମନ୍ତ ମିଶ୍ର, ଶ୍ୟାମସୁନ୍ଦର ସେଠୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri