Categories: ଜାତୀୟ

କିଡ୍‌ନୀରୁ ବାହାରିଲା ୧୫୬ ଷ୍ଟୋନ୍‌

ହାଇଦ୍ରାବାଦ,୧୭ା୧୨: ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ଡାକ୍ତରଖାନାର ଡାକ୍ତରମାନେ ଜଣେ ରୋଗୀଙ୍କ କିଡ୍‌ନୀରୁ ଏକାବେଳକେ ୧୫୬ ଷ୍ଟୋନ୍‌ ବାହାର କରିଛନ୍ତି। ୫୦ ବର୍ଷର ରୋଗୀଙ୍କ କିଡ୍‌ନୀରୁ ଏହି ଷ୍ଟୋନ୍‌ ବାହାରିଛି। ସବୁଠୁ ବଡ଼ କଥା ହେଲା ଅସ୍ତ୍ରୋପଚାର କରା ନ ଯାଇ ଲାପ୍ରୋସ୍କୋପି ଏବଂ ଏଣ୍ଡୋସ୍କୋପି ବ୍ୟବହାର କରିଥିଲେ। ଏହି ପ୍ରଣାଳୀ ବ୍ୟବହାର କରି ଦେଶର ଜଣେ ରୋଗୀଙ୍କଠାରୁ ସର୍ବାଧିକ ସଂଖ୍ୟକ ଷ୍ଟୋନ୍‌ ବାହାର କରାଯାଇଛି। ଏହା ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ବୃତ୍ତିରେ ବିଦ୍ୟାଳୟର ଶିକ୍ଷକ ବାସଭରାଜ ମାଡିଓ୍ବାଲାର ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କଲେ ଏବଂ ସ୍କ୍ରିନିଂରେ କିଡ୍‌ନୀରେ ଷ୍ଟୋନ୍‌ ହୋଇଥିବା ଜଣାପଡ଼ିଥିଲା।

ୟୁରୋଲୋଜିଷ୍ଟ ତଥା ହସ୍ପିଟାଲର ଅଧ୍ୟକ୍ଷ ଡା ଭି ଚନ୍ଦ୍ରମୋହନ କହିଛନ୍ତି, ରୋଗୀଙ୍କ ପେଟରେ ଏହି ଏହି ଷ୍ଟୋନଗୁଡ଼ିକ ୨ ବର୍ଷରୁ ଅଧିକ ସମୟ ହେଲାଣି ବଢ଼ିଥିଲା। କିନ୍ତୁ ରୋଗୀ ଜଣଙ୍କ ଏହାର କୌଣସି ଲକ୍ଷଣ ଅନୁଭବ କରିପାରି ନ ଥିଲେ। ଏବେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲ ଆସିଥିଲେ। ବିନା ଅସ୍ତ୍ରୋପଚାରରେ କରାଯାଇଛି।

Share