ଚିନ୍ତା କମ୍‌ କରିବା ପାଇଁ ଆପଣାନ୍ତୁ କେତୋଟି ସହଜ ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ ଚିନ୍ତାରୁ ଦୂରେଇ ରହିବା କଷ୍ଟକର। ମାତ୍ର ସହଜ ଉପାୟରେ ଏଥିରୁ ଆମେ ଦୂରେଇ ରହିପାରିବା।

ଅଧିକ ଚିନ୍ତା କରନ୍ତୁ ନାହିଁ: ଚିନ୍ତାରେ ଥିବା ସମୟରେ ଜଣେ ବ୍ୟକ୍ତି ମୁଣ୍ଡରେ ଭିନ୍ନ ପ୍ରକାରର କଥା/ଭାବନା ଆସିଥାଏ। ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବା କ୍ଷତିକାରକ। ଏହାଦ୍ୱାରା ଜଣେ ବ୍ୟକ୍ତି ମାନସିକ ରୋଗୀ ହୋଇଯାଇପାରେ। ତେଣୁ ଚିନ୍ତାରୁ ମୁକ୍ତିପାଇବା ପାଇଁ ହେଲେ ଅଧିକ ଚିନ୍ତା କରନ୍ତୁ ନାହିଁ। ଯଦି ସେମିତି କିଛି କଥା ଆପଣଙ୍କ ମନରେ ରହିଥାଏ ତେବେ ବନ୍ଧୁଙ୍କ ସହ ଶେୟାର କରନ୍ତି।

ଏକାକୀ ରୁହନ୍ତୁ ନାହିଁ: ଯେତେବେଳେ କୌଣସି ବ୍ୟକ୍ତି ଚିନ୍ତାରେ ପଡ଼ନ୍ତି ସେ ଏକାକୀ ରହିବାକୁ ପସନ୍ଦ କରିଥାନ୍ତି। ଏପରି କରିବା ଦ୍ୱାରା ଚିନ୍ତା ଅଧିକ ବଢ଼ିଯାଇଥାଏ। ତେଣୁ ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ଏକାକୀ ରହିବା ପରିବର୍ତ୍ତେ ପରିବାର ବା ବନ୍ଧୁଙ୍କ ସହ ସମୟ ବିତାନ୍ତୁ।

ବୁଲିବାକୁ ଯାଆନ୍ତୁ: ଅତ୍ୟଧିକ ଚିନ୍ତାରେ ଥିଲେ କୌଣସି ଏକ ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ନିଜ ପସନ୍ଦର ଜାଗାକୁ ଯାଇ କିଛି ସମୟ ବିତାନ୍ତୁ। ଏହାଦ୍ୱାରା ଚିନ୍ତା କିଛି ମାତ୍ରାରେ କମ୍‌ହେବା ସହ ନିଜ ମୁଡ୍‌ ବଦଳିଯିବ।

ମନପସନ୍ଦର ଗୀତ ଶୁଣନ୍ତୁ: ସଂଗୀତ ଶୁଣିବା ଦ୍ୱାରା ଚକ୍ତଚାପ କମ୍‌ ହୋଇଥାଏ। ତେଣୁ ନିଜ ମନପସନ୍ଦର ସଂଗୀତ ଶୁଣି ଚିନ୍ତା କମ୍‌ କରିପାରିବେ।