୧୫୮୨୦ ଗ୍ରାମୀଣ ରାସ୍ତା କାମ ଅସମ୍ପୂର୍ଣ୍ଣ

କେନ୍ଦ୍ରାପଡ଼ା ଅଫିସ,୨୧ା୭: ଗତ ୨ଦିନ ଧରି ମୌସୁମୀ ବର୍ଷା କେନ୍ଦ୍ରାପଡ଼ା ଜିଲାରେ ଲାଗି ରହିଛି । ଏହି ବର୍ଷା ଚାଷୀଙ୍କ ମନରେ ଖୁସି ଆଣିଥିବା ବେଳେ ବହୁ ରାସ୍ତା ଅବସ୍ଥା ବେହାଲ ହୋଇଛି । ବର୍ଷା ଆରମ୍ଭରୁ କାଦୁଅରେ ବୁଡ଼ିଛି ଅଧିକାଂଶ ରାସ୍ତା। ଧୋୟା ଅଞ୍ଚଳରେ ଏହି ସ୍ଥିତି ଗମ୍ଭୀର ରୂପ ନେଇଛି । ଫଳରେ ସେଠାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ପରି ମୌଳିକ ଆବଶ୍ୟକତା ବିପର୍ଯ୍ୟସ୍ତ ହୋଇଛି । ଚଳିତ ଆର୍ଥିକ ବର୍ଷରେ କେବଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ହେବାକୁ ଥିବା ୧୫୮୨୦ ଗ୍ରାମୀଣ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥ୍ୟ ଅନୁଯାୟୀ, ଜିଲାର ଆଳି ବ୍ଲକ ଅଞ୍ଚଳରେ ମୋଟ ୪୨୧ ରାସ୍ତା ନିର୍ମାଣାଧୀନ ଅଛି । ୨୪୯ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ୨୧୦ ପ୍ରକଳ୍ପ ପ୍ରସ୍ତାବରେ ସୀମିତ ଅଛି। ସେହିପରି ଡେରାବିଶ ବ୍ଲକ ୧୬୨୯ ରାସ୍ତାରୁ ୫୯୧ ନିର୍ମାଣାଧୀନ ଅବସ୍ଥାରେ ଅଛି । ଗରଦପୁର ବ୍ଲକର ୧୦୭୯ରୁ ୫୩୫ ପ୍ରକଳ୍ପ, କେନ୍ଦ୍ରାପଡାର ୨୦୮୩ରୁ ୯୭୦ ପ୍ରକଳ୍ପ, ମହାକାଳପଡ଼ାର ୧୩୮୦ରୁ ୫୪୨ ପ୍ରକଳ୍ପ, ମାର୍ଶାଘାଇର ୧୨୯୬ରୁ ୭୦୧ ପ୍ରକଳ୍ପ, ପଟ୍ଟାମୁଣ୍ଡାଇର ୩୨୮୨ରୁ ୧୧୨୬ ପ୍ରକଳ୍ପ, ରାଜକନିକାର ୨୦୩୧ରୁ ୧୨୮୦ ପ୍ରକଳ୍ପ ଓ ରାଜନଗର ବ୍ଲକର ୧୯୮୦ରୁ ୪୧୬ ପ୍ରକଳ୍ପ ନିର୍ମାଣାଧୀନ ଅଛି। ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ମାତ୍ର ୨୭୭ ଗ୍ରାମ୍ୟ ରାସ୍ତା ନିର୍ମାଣ ହୋଇଛି ।

ଏ ସମ୍ପର୍କରେ ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଆଶିଷ କୁମାର ସେନାପତି, ରାଷ୍ଟ୍ରୀୟ ମଧ୍ୟବିତ୍‌ ପରିବାର ମହାସଂଘର ରାଜ୍ୟ ଉପସଭାପତି ସମ୍ପଦ କୁମାର ସ୍ବାଇଁ, ସାମାଜିକ କର୍ମୀ ଅମରବର ବିଶ୍ୱାଳ ପ୍ରମୁଖ କହିଛନ୍ତି, ଜିଲାର ବିକାଶ ପାଇଁ ଗମନାଗମନ ପଥର ଗୁରୁତ୍ୱ ଅଧିକ । ତେବେ ଜିଲା ପ୍ରଶାସନ ଏ ସମ୍ପର୍କରେ ଅଣଦେଖା କରି ଚାଲିଛନ୍ତି । ମୌସୁମୀ ବର୍ଷା ଆରମ୍ଭରୁ ସିଂହଗଁା, ଏକମାଣିଆ, ବତୀଘର, ପଦନୀପାଳ ଆଦି ପଞ୍ଚାୟତକୁ ସଂଯୋଗୀ ରାସ୍ତା ବର୍ଷା ଓ ସମୁଦ୍ର ଜୁଆର ପାଣିରେ ବେହାଲ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ସହିତ ଅନ୍ୟ ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ । ଧୋୟା ଅଞ୍ଚଳରେ ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଯାତାୟାତ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ରହିଛି ା ବର୍ଷାଋତୁ ପ୍ରାରମ୍ଭରୁ ରାସ୍ତା ଏପରି ହୋଇଛି । ଆଉ କିଛିଦିନ ପରେ ଏହି ସମସ୍ୟା ଗମ୍ଭୀର ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ପିଡି ଦିଲ୍ଲୀପ କୁମାର ପରିଡ଼ା କହିଛନ୍ତି, ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଏହି ଜିଲାରେ ଗୁରୁତ୍ୱ ଦିଆଯାଇଛି ା ଜବ୍‌କାର୍ଡଧାରୀଙ୍କ ଦାବି ମୁତାବକ କାମ ଦିଆଯାଉଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପଗୁଡିକ ଶେଷ କରିବା ପାଇଁ ଜିଲାର ୯ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri