ସାଗୁ ପକୁଡ଼ି

ଆବଶ୍ୟକ ସାମଗ୍ରୀ-
ସାଗୁ-୫୦ଗ୍ରାମ୍‌, ଆଳୁ- ୨ଟି ସିଝା, ମୁଗ-୫୦ଗ୍ରାମ୍‌, ଅଟା- ୧୦୦ ଗ୍ରାମ୍‌, ଜିରା- ଅଧା ଚାମଚ, ଟମାଟୋ- ୧ଟି ଛୋଟ, ସୈନ୍ଧବ ଲୁଣ ସ୍ବାଦ ଅନୁସାରେ

ପ୍ରଣାଳୀ-
ଏକ ପାତ୍ରରେ ପ୍ରଥମେ ଅଟା, ସାଗୁ, ସିଝା ଆଳୁ, ଜିରା ଓ ମୁଗକୁ ସିଝାଇ ଚକଟି ଦିଅନ୍ତୁ। ଏହାପରେ ସେଥିରେ କଞ୍ଚାଲଙ୍କା ଓ ଟମାଟୋକୁ ଛୋଟ ଛୋଟ କାଟି ପକାନ୍ତୁ। ଏଥିରେ କଟା ଧନିଆପତ୍ର ଓ ସୈନ୍ଧବ ଲୁଣ ପକାଇ ମିଶାଇ ଦିଅନ୍ତୁ। ଏହାପରେ କଡେଇ ବସାଇ ତେଲ ଗରମ କରନ୍ତୁ। ଗରମ ତେଲରେ ଏହି ମିଶ୍ରଣକୁ ଛୋଟ ଛୋଟ କରି ପକାଇ ଛାଣି ଦିଅନ୍ତୁ। ଗରମ ଗରମ ଏହାକୁ ସ୍ନାକ୍ସ ଭଳି ଖାଆନ୍ତୁ।