Posted inଜାତୀୟ

୧୫୧ ଏମ୍‌ପି, ବିଧାୟକ ଅଭିଯୁକ୍ତ

ନୂଆଦିଲ୍ଲୀ, ୨୨।୮: ଦେଶରେ ବର୍ତ୍ତମାନ ୧୫୧ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ପରେ ଓଡ଼ିଶାର ଜନପ୍ରତିନିଧିଙ୍କ ସ୍ଥାନ ତୃତୀୟରେ ରହିଛି। ନିର୍ବାଚନ ବେଳେ ନାମାଙ୍କନ ପାଇଁ ଏମ୍‌ପି, ବିଧାୟକ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠଗୁଡ଼ିକୁ ବିଶ୍ଳେଷଣ କରି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର୍‌) ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।
୨୦୧୯ରୁ ୨୦୨୪ ମଧ୍ୟରେ ଦେଶରେ ହୋଇଥିବା ବିଭିନ୍ନ ନିର୍ବାଚନବେଳେ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଦାଖଲ ହୋଇଥିବା ବର୍ତ୍ତମାନର ବିଧାୟକ ଏବଂ ଏମ୍‌ପିମାନଙ୍କ ୪,୮୦୯ ସତ୍ୟପାଠରୁ ୪,୬୯୩ଟିକୁ ଯାଞ୍ଚ କରି ଏଡିଆର୍‌ ଉକ୍ତ ରିପୋର୍ଟ ପ୍ରକାଶ କରିଛି। ୧୩୫ ବିଧାୟକ ଓ ୧୬ ଏମ୍‌ପିଙ୍କ ନଁାରେ ମହିଳା ବିରୋଧୀ ଅପରାଧ ମାମଲା ଚାଲିଛି। ରାଜ୍ୟଗୁଡ଼ିକ ମଧ୍ୟରୁ ଏହି ତାଲିକାରେ ପଶ୍ଚିମବଙ୍ଗ ସର୍ବାଗ୍ରେ ରହିଛି। ପଶ୍ଚିମବଙ୍ଗର ୨୫, ଆନ୍ଧ୍ରର ୨୧ ଓ ଓଡ଼ିଶାର ୧୭ ବିଧାୟକ ଏବଂ ଏମ୍‌ପି ନିଜ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ଥିବା ବିଷୟ ସେମାନେ ଘୋଷଣା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଦେଶରେ ଭାଜପାର ସର୍ବାଧିକ ୫୪ ଏମ୍‌ପି ଏବଂ ବିଧାୟକଙ୍କ ନାଁରେ ମହିଳା ବିରୋଧୀ ଅପରାଧ ରହିଛି। ସେହିପରି କଂଗ୍ରେସର ୨୩ ଓ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ୧୭ ଏମ୍‌ପି ଓ ବିଧାୟକଙ୍କ ନାଁରେ ଏଭଳି ସଙ୍ଗିନ ମାମଲା ରହିଛି। ରିପୋର୍ଟ ଅନୁଯାୟୀ, ଭାରତର ୧୬ ବିଧାୟକ ଓ ଏମ୍‌ପିଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ସେଥିମଧ୍ୟରୁ ୧୪ ବିଧାୟକ ଓ ୨ ଏମ୍‌ପି ରହିଛନ୍ତି। ଉଭୟ ଭାଜପା ଏବଂ କଂଗ୍ରେସର ୫ ଲେଖାଏ ବିଧାୟକ ଓ ଏମ୍‌ପିଙ୍କ ନାଁରେ ବଳାତ୍କାର ମାମଲା ରହିଛି।
ଓଡ଼ିଶାର ୧୭ ଜଣଙ୍କ ମଧ୍ୟରୁ ୧୬ ବିଧାୟକ ଏବଂ ଜଣେ ଏମ୍‌ପି ଅଛନ୍ତି। ଅଭିଯୁକ୍ତ ବିଧାୟକମାନଙ୍କ
୧୫୧ ଏମ୍‌ପି, ବିଧାୟକ…
ମଧ୍ୟରୁ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ବିରୋଧରେ ବଳାତ୍କାର ମାମଲା ଚାଲିଥିବା ସେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ଢେଙ୍କାନାଳର ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ନିମାପଡ଼ା (ଭାଜପା) ବିଧାୟିକା ପ୍ରଭାତୀ ପରିଡ଼ା, କଟକ ସଦର (ଭାଜପା) ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଖୋର୍ଦ୍ଧା (ଭାଜପା) ବିଧାୟକ ପ୍ରଶାନ୍ତ ଜଗଦେବ, କୁଚିଣ୍ଡା (ଭାଜପା) ବିଧାୟକ ରବିନାରାୟଣ ନାଏକ, ପାଲଲହଡ଼ା (ଭାଜପା) ବିଧାୟକ ଅଶୋକ ମହାନ୍ତି, ପିପିଲି (ଭାଜପା) ବିଧାୟକ ଆଶ୍ରିତ ପଟ୍ଟନାୟକ, ସମ୍ବଲପୁର (ଭାଜପା) ବିଧାୟକ ଜୟନାରାୟଣ ମିଶ୍ର, ସତ୍ୟବାଦୀ (ଭାଜପା) ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ବାରିପଦା (ଭାଜପା) ବିଧାୟକ ପ୍ରକାଶ ସୋରେନ୍‌, ଧାମନଗର (ଭାଜପା) ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଚମ୍ପୁଆ (ବିଜେଡି) ବିଧାୟକ ସନାତନ ମହାକୁଡ଼, ଧର୍ମଶାଳା (ସ୍ବାଧୀନ) ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ମ୍ବା (ସ୍ବାଧୀନ) ବିଧାୟକ ବିଜୟ କୁମାର ଦଳବେହେରା ଏବଂ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ମଧ୍ୟ ମହିଳା ବିରୋଧୀ ଅପରାଧ ମାମଲା ବିଚାରାଧୀନ ରହିଛି। ସୁନ୍ଦରଗଡ଼ (ଭାଜପା) ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ମଧ୍ୟ ମହିଳା ବିରୋଧୀ ହିଂସା ମାମଲା ରହିଛି।
କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ୍ୟରେ ଉକ୍ତ ରିପୋର୍ଟ ସାମ୍‌ନାକୁ ଆସିଛି। ଆପରାଧିକ ପୃଷ୍ଠଭୂମି ସହ ଜଡ଼ିତ, ବିଶେଷକରି ବଳାତ୍କାର ଏବଂ ବିଭିନ୍ନ ମହିଳା ବିରୋଧୀ ଅପରାଧ ସହ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଟିକେଟ ପ୍ରଦାନ ନ କରିବାକୁ ରାଜନୈତିକ ଦଳଗୁଡ଼ିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଏହି ଅବସରରେ ଏଡିଆର୍‌ କହିଛି। ଉକ୍ତ ରିପୋର୍ଟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାଗୁଡ଼ିକର ଅଦାଲତରେ ଶୀଘ୍ର ଶୁଣାଣି ହେବା ଆବଶ୍ୟକ ବୋଲି କୁହାଯାଇଛି। ସେହିପରି ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ ନିର୍ବାଚିତ ନ କରିବାକୁ ଏଡିଆର୍‌ ଜନସାଧାରଣଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri