Posted inଜାତୀୟ

୧୫୧ ଏମ୍‌ପି, ବିଧାୟକ ଅଭିଯୁକ୍ତ

ନୂଆଦିଲ୍ଲୀ, ୨୨।୮: ଦେଶରେ ବର୍ତ୍ତମାନ ୧୫୧ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ପରେ ଓଡ଼ିଶାର ଜନପ୍ରତିନିଧିଙ୍କ ସ୍ଥାନ ତୃତୀୟରେ ରହିଛି। ନିର୍ବାଚନ ବେଳେ ନାମାଙ୍କନ ପାଇଁ ଏମ୍‌ପି, ବିଧାୟକ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠଗୁଡ଼ିକୁ ବିଶ୍ଳେଷଣ କରି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର୍‌) ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି।
୨୦୧୯ରୁ ୨୦୨୪ ମଧ୍ୟରେ ଦେଶରେ ହୋଇଥିବା ବିଭିନ୍ନ ନିର୍ବାଚନବେଳେ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଦାଖଲ ହୋଇଥିବା ବର୍ତ୍ତମାନର ବିଧାୟକ ଏବଂ ଏମ୍‌ପିମାନଙ୍କ ୪,୮୦୯ ସତ୍ୟପାଠରୁ ୪,୬୯୩ଟିକୁ ଯାଞ୍ଚ କରି ଏଡିଆର୍‌ ଉକ୍ତ ରିପୋର୍ଟ ପ୍ରକାଶ କରିଛି। ୧୩୫ ବିଧାୟକ ଓ ୧୬ ଏମ୍‌ପିଙ୍କ ନଁାରେ ମହିଳା ବିରୋଧୀ ଅପରାଧ ମାମଲା ଚାଲିଛି। ରାଜ୍ୟଗୁଡ଼ିକ ମଧ୍ୟରୁ ଏହି ତାଲିକାରେ ପଶ୍ଚିମବଙ୍ଗ ସର୍ବାଗ୍ରେ ରହିଛି। ପଶ୍ଚିମବଙ୍ଗର ୨୫, ଆନ୍ଧ୍ରର ୨୧ ଓ ଓଡ଼ିଶାର ୧୭ ବିଧାୟକ ଏବଂ ଏମ୍‌ପି ନିଜ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ଥିବା ବିଷୟ ସେମାନେ ଘୋଷଣା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଦେଶରେ ଭାଜପାର ସର୍ବାଧିକ ୫୪ ଏମ୍‌ପି ଏବଂ ବିଧାୟକଙ୍କ ନାଁରେ ମହିଳା ବିରୋଧୀ ଅପରାଧ ରହିଛି। ସେହିପରି କଂଗ୍ରେସର ୨୩ ଓ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ୧୭ ଏମ୍‌ପି ଓ ବିଧାୟକଙ୍କ ନାଁରେ ଏଭଳି ସଙ୍ଗିନ ମାମଲା ରହିଛି। ରିପୋର୍ଟ ଅନୁଯାୟୀ, ଭାରତର ୧୬ ବିଧାୟକ ଓ ଏମ୍‌ପିଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ସେଥିମଧ୍ୟରୁ ୧୪ ବିଧାୟକ ଓ ୨ ଏମ୍‌ପି ରହିଛନ୍ତି। ଉଭୟ ଭାଜପା ଏବଂ କଂଗ୍ରେସର ୫ ଲେଖାଏ ବିଧାୟକ ଓ ଏମ୍‌ପିଙ୍କ ନାଁରେ ବଳାତ୍କାର ମାମଲା ରହିଛି।
ଓଡ଼ିଶାର ୧୭ ଜଣଙ୍କ ମଧ୍ୟରୁ ୧୬ ବିଧାୟକ ଏବଂ ଜଣେ ଏମ୍‌ପି ଅଛନ୍ତି। ଅଭିଯୁକ୍ତ ବିଧାୟକମାନଙ୍କ
୧୫୧ ଏମ୍‌ପି, ବିଧାୟକ…
ମଧ୍ୟରୁ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ବିରୋଧରେ ବଳାତ୍କାର ମାମଲା ଚାଲିଥିବା ସେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ଢେଙ୍କାନାଳର ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ନିମାପଡ଼ା (ଭାଜପା) ବିଧାୟିକା ପ୍ରଭାତୀ ପରିଡ଼ା, କଟକ ସଦର (ଭାଜପା) ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଖୋର୍ଦ୍ଧା (ଭାଜପା) ବିଧାୟକ ପ୍ରଶାନ୍ତ ଜଗଦେବ, କୁଚିଣ୍ଡା (ଭାଜପା) ବିଧାୟକ ରବିନାରାୟଣ ନାଏକ, ପାଲଲହଡ଼ା (ଭାଜପା) ବିଧାୟକ ଅଶୋକ ମହାନ୍ତି, ପିପିଲି (ଭାଜପା) ବିଧାୟକ ଆଶ୍ରିତ ପଟ୍ଟନାୟକ, ସମ୍ବଲପୁର (ଭାଜପା) ବିଧାୟକ ଜୟନାରାୟଣ ମିଶ୍ର, ସତ୍ୟବାଦୀ (ଭାଜପା) ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ବାରିପଦା (ଭାଜପା) ବିଧାୟକ ପ୍ରକାଶ ସୋରେନ୍‌, ଧାମନଗର (ଭାଜପା) ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଚମ୍ପୁଆ (ବିଜେଡି) ବିଧାୟକ ସନାତନ ମହାକୁଡ଼, ଧର୍ମଶାଳା (ସ୍ବାଧୀନ) ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ମ୍ବା (ସ୍ବାଧୀନ) ବିଧାୟକ ବିଜୟ କୁମାର ଦଳବେହେରା ଏବଂ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ମଧ୍ୟ ମହିଳା ବିରୋଧୀ ଅପରାଧ ମାମଲା ବିଚାରାଧୀନ ରହିଛି। ସୁନ୍ଦରଗଡ଼ (ଭାଜପା) ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ମଧ୍ୟ ମହିଳା ବିରୋଧୀ ହିଂସା ମାମଲା ରହିଛି।
କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ୍ୟରେ ଉକ୍ତ ରିପୋର୍ଟ ସାମ୍‌ନାକୁ ଆସିଛି। ଆପରାଧିକ ପୃଷ୍ଠଭୂମି ସହ ଜଡ଼ିତ, ବିଶେଷକରି ବଳାତ୍କାର ଏବଂ ବିଭିନ୍ନ ମହିଳା ବିରୋଧୀ ଅପରାଧ ସହ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଟିକେଟ ପ୍ରଦାନ ନ କରିବାକୁ ରାଜନୈତିକ ଦଳଗୁଡ଼ିକ ଯତ୍ନବାନ ହେବା ଆବଶ୍ୟକ ବୋଲି ଏହି ଅବସରରେ ଏଡିଆର୍‌ କହିଛି। ଉକ୍ତ ରିପୋର୍ଟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାଗୁଡ଼ିକର ଅଦାଲତରେ ଶୀଘ୍ର ଶୁଣାଣି ହେବା ଆବଶ୍ୟକ ବୋଲି କୁହାଯାଇଛି। ସେହିପରି ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ ନିର୍ବାଚିତ ନ କରିବାକୁ ଏଡିଆର୍‌ ଜନସାଧାରଣଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri