Posted inଜାତୀୟ

ପୀଡ଼ିତାଙ୍କ ମୃତଦେହରୁ ମିଳିଲା ୧୫୦ ମି.ଗ୍ରା. ସିମେନ, କୋଲକାତାରେ ସିବିଆଇ ଟିମ୍‌ର ତନାଘନା

କୋଲକାତା, ୧୪।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲ୍ସର ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ପୀଡ଼ିତାଙ୍କ ମୃତଦେହରୁ ୧୫୦ ମିଲିଗ୍ରାମର ସିମେନ(ଶୁକ୍ରାଣୁ) ମିଳିଥିବା ନେଇ ପୋଷ୍ଟମର୍ଟମ କରୁଥିବା ଡାକ୍ତର ସୁବର୍ଣ୍ଣା ଗୋସ୍ବାମୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୁବର୍ଣ୍ଣା କହିଛନ୍ତି, ପୀଡ଼ିତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବାବେଳେ ତାଙ୍କଠାରେ ଯୌନ ନିର୍ଯାତନାର ସ୍ପଷ୍ଟ ଲକ୍ଷଣ ଥିବା ଜଣାପଡ଼ିଛି। ଅନେକ ଆଘାତର ଚିହ୍ନ ରହିଛି, ଯାହା ତାଙ୍କୁ ନିର୍ଦ୍ଦୟ ଭାବେ ଆକ୍ରମଣ କରାଯାଇଥିବା ନେଇ ସୂଚିତ କରୁଛି।

ପୀଡ଼ିତାଙ୍କ କାନ ଏବଂ ଓଠରେ ଆଘାତ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ପୀଡ଼ିତାଙ୍କ ଶରୀରରୁ ୧୫୦ ମିଲିଗ୍ରାମର ସିମେନ ମିଳିଥିବାରୁ ତାଙ୍କୁ ବଳାତ୍କାରରେ ଏକାଧିକ ବ୍ୟକ୍ତିଙ୍କର ସମ୍ପୃକ୍ତି ରହିଥିବା ସେ ଆଶଙ୍କା କରିଛନ୍ତି। ଡାକ୍ତର ସୁବର୍ଣ୍ଣାଙ୍କ ବୟାନରୁ ମହିଳା ଟ୍ରେନି ଡାକ୍ତରଙ୍କ ସହ ଗଣବଳାତ୍କାର ହୋଇଥିବା ନେଇ ସନ୍ଦେହ ବଢ଼ିଛି ଏବଂ କୋଲକାତା ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଏହି ମାମଲାରେ କୋଲକାତା ପୋଲିସ ପୀଡ଼ିତାଙ୍କ ମୃତଦେହ ଜବତ ହେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା। ପୀଡ଼ିତାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କେବଳ ଜଣେ ବ୍ୟକ୍ତି ସାମିଲ ଥିବା କୋଲକାତା ପୋଲିସ କହିଥିଲା। ତେବେ ମଙ୍ଗଳବାର କୋଲକାତା ଉଚ୍ଚ ନ୍ୟାୟାଳୟ ଏହି ମାମଲାର ତଦନ୍ତଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିଥିଲେ।

ତେବେ ସିବିଆଇ ବୁଧବାରଠାରୁ ଏହି ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି। ଏନେଇ ବୁଧବାର ସକାଳେ ସିବିଆଇର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍‌ କୋଲକାତା ପହଞ୍ଚିଛି। ଏହି ଟିମ୍‌ରେ ଡାକ୍ତରୀ ଏବଂ ଫରେନ୍ସିକ ବିଶେଷଜ୍ଞ ମଧ୍ୟ ସାମିଲ ଅଛନ୍ତି। ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଅଧିକାରୀମାନଙ୍କୁ ୩ଟି ଗ୍ରୁପ୍‌ରେ ଭାଗକରାଯାଇଛି। ଗୋଟିଏ ଗ୍ରୁପ୍‌ ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲ୍ସର ସେମିନାର ହଲ୍‌ ଗସ୍ତ କରିବେ ଯେଉଁଠାରେ ଟ୍ରେନି ଡାକ୍ତରଙ୍କ ମୃତଦେହ ଜବତ ହୋଇଥିଲା। ଉକ୍ତ ରାତିରେ ଡ୍ୟୁଟିରେ ଥିବା ବ୍ୟକ୍ତି, ଡାକ୍ତର ଓ ମାମଲାରେ ସାକ୍ଷୀଙ୍କର ବୟାନ ରେକର୍ଡ ଏହି ଟିମ୍‌ କରିବ।

ଆଉ ଏକ ଗ୍ରୁପ୍‌ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ କରାଇ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ବିଚାରବିଭାଗୀୟ ହାଜତରେ ନେବାକୁ ଆବେଦନ କରିବ। ସେହିପରି ତୃତୀୟ ଗ୍ରୁପ୍‌ କୋଲକତା ପୋଲିସ ସହ ସମନ୍ବୟ ରକ୍ଷା କରି ତଦନ୍ତ ପ୍ରକ୍ରିୟା ଚଳାଇବ। ସୂଚନାଯୋଗ୍ୟ, ଗତ ୯ରେ ଆର୍‌.ଜି. କର ମେଡିକାଲ କଲେଜର ସେମିନାର ହଲ୍‌ରୁ ଜଣେ ୩୧ ବର୍ଷୀୟା ମହିଳା ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧ ନଗ୍ନ ମୃତଦେହକୁ କୋଲକାତା ପୋଲିସ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri