ରାଜଧାନୀରେ ସାଇବର ଠକେଇ ୧୫୦% ବୃଦ୍ଧି

ଭୁବନେଶ୍ୱର,୪।୧(ସତ୍ୟଜିତ୍‌ ରାଉତ): ଡିଜିଟାଲ୍‌ ଯୁଗରେ ସାଇବର ଅପରାଧ ବଡ଼ ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ କୌଶଳ ଆପଣାଇ ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କୁ ଜାଲରେ ଫସାଇ ଟଙ୍କା ଠକୁଛନ୍ତି। ସେମାନେ ଓଏଲ୍‌ଏକ୍ସରେ ଚାକିରି ଦେବା ଆଳରେ, ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌, ବେଆଇନ୍‌ ଚାଇନା ଲୋନ୍‌ ଆପ୍‌, କ୍ରିପ୍ଟୋ ସ୍କାମ୍‌, ହୋଟେଲ ବୁକିଂ ଆପ୍‌ ସ୍କାମ୍‌, କ୍ୟୁଆର୍‌ କୋଡ୍‌ ସ୍କାମ୍‌, ଟ୍ରେଡିଂ ଆପ୍‌ ଏବଂ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ଜରିଆରେ ଲୋକଙ୍କୁ ବିଭିନ୍ନ ଲୋଭନୀୟ ସ୍କିମ୍‌ ଓ ବ୍ଲାକମେଲ୍‌ କରି ବହୁ ଟଙ୍କା ଠକେଇ କରୁଛନ୍ତି। ଏସଂକ୍ରାନ୍ତରେ ପୋଲିସ ଏବଂ ବିଭିନ୍ନ ଏଜେନ୍‌ସି ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକେଇର ପରିମାଣ କମୁନାହିଁ। ୨୦୨୩ରେ ରାଜଧାନୀ ଭୁବନେଶ୍ୱରରେ ସାଇବର ସଂକ୍ରାନ୍ତୀୟ ମାମଲା ଅଧିକ ବଢ଼ିଛି। କମିଶନରେଟ୍‌ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ତୁଳନାରେ ୨୦୨୩ରେ ଭୁବନେଶ୍ୱର ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ ହୋଇଥିବା ମାମଲା ପ୍ରତିଶତ ୧୫୦.୯୪ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ସାଇବର ଥାନାରେ ୨୦୨୨ରେ ମୋଟ ମାମଲା ସଂଖ୍ୟା ୫୩ ଥିବାବେଳେ ୨୦୨୩ରେ ଏହା ୧୩୩କୁ ବୃଦ୍ଧି ପାଇଛି। ୨୦୨୨ରେ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ସାଇବର ଠକେଇ ହୋଇଥିଲା। ୨୦୨୩ରେ ମାମଲା ସଂଖ୍ୟା ବଢ଼ିଥିବାରୁ ଠକେଇର ପରିମାଣ ଏଯାବତ୍‌ ମିଳିପାରି ନ ଥିଲେ ମଧ୍ୟ ପୂର୍ବବର୍ଷ ଅପେକ୍ଷା ଏହା ଅଧିକ ବୋଲି ଅନୁମାନ କରାଯାଉଛି। ୨୦୨୩ରେ ସାଇବର ଥାନାକୁ ମୋଟ ୪ ହଜାର ୯୩୦ ଅଭିଯୋଗ ଆସିଥିଲା। ପୋଲିସ ପକ୍ଷରୁ ୫କୋଟି ୭ଲକ୍ଷ ୫୫ହଜାର ୮୮୯ ଟଙ୍କା ବ୍ଲକ୍‌, ଫ୍ରିଜ୍‌ ଓ ଫେରସ୍ତ କରାଯାଇଛି। ତେବେ ଏହି ବର୍ଷରେ ମୋଟ ୪୧ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ୨୦୨୨ରେ ୩ ହଜାର ୮୧୧ ଅଭିଯୋଗ ଆସିଥିଲା। ତେବେ ୨୦୨୨ରେ ଭୁବନେଶ୍ୱର ସାଇବର ଥାନା ପୋଲିସ ୫୩ ଟି ମାମଲାରେ ୪୧ ଜଣଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଲୋକଙ୍କ ମଧ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ବିଶେଷ ଜ୍ଞାନ ଓ ସାଇବର ସେବା କ୍ଷେତ୍ରରେ ନିରାପତ୍ତା ନେଇ ସଚେତନତା ଅଭାବ ଯୋଗୁ ଏଭଳି ଅପରାଧ ବଢ଼ିଚାଲିଛି। ଏହି ଅପରାଧ କମାଇବାକୁ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ସହଭାଗିତାରେ ‘ସାଇବର ସୁରକ୍ଷା ଅଭିଯାନ-୨୦୨୩’ ଆରମ୍ଭ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ପୋଲିସ ଜିଲା ପାଇଁ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ। ପରେ ଏହି ରଥ ସାଇବର ସଚେତନତା ଭିଡିଓ, ଲୋଗୋ, ପୋଷ୍ଟର, ଥିମ୍‌ ସଙ୍ଗୀତ, ସାଇବର ସୁରକ୍ଷା ପରାମର୍ଶଦାତା ପୁସ୍ତିକା ଆଦି ଜରିଆରେ ଲୋକମାନଙ୍କୁ ୧୫ଦିନ ପର୍ଯ୍ୟନ୍ତ ସଚେତନ କରିଥିଲା। ରାଜଧାନୀରେ ମଧ୍ୟ ଏହି ସଚେତନତା ବ୍ୟାପକ କରାଯାଇଥିଲା। ତେବେ ସାଇବର ଠକେଇ ବଢ଼ୁଥିବାରୁ ଏହାକୁ ରୋକିବାକୁ ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଛି।

ସାଇବର ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବା ହେଲା, ଲୋଭ ଓ ଭୟ ସାଇବର ଅପରାଧୀଙ୍କ ସବୁଠାରୁ ବଡ଼ ଅସ୍ତ୍ର। ଲୋକଙ୍କୁ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଓ ବ୍ଲାକମେଲ୍‌ କରି ଠକମାନେ ବହୁ ଟଙ୍କା ନେଉଛନ୍ତି। ସ୍ମାର୍ଟ ଫୋନ୍‌ରେ ଇଣ୍ଟରନେଟ୍‌କୁ ନେଇ ବିଶେଷ ଜ୍ଞାନ ନ ଥିବା ବରିଷ୍ଠ ନାଗରିକ ଓ ଗୃହିଣୀମାନଙ୍କୁ ସାଇବର ଠକମାନେ ଅଧିକ ଟାର୍ଗେଟ୍‌ କରୁଛନ୍ତି। ଏହାକୁ ରୋକିବାକୁ ଅଧିକ ସଚେତନତା ଓ ପୋଲିସର ତଦନ୍ତ ବ୍ୟାପକ କରାଯିବା ଆବଶ୍ୟକତା ବୋଲି ସେ କହିଛନ୍ତି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ସାଇବର ଅପରାଧ ବିରୋଧରେ ଆମ ଅଭିଯାନ ଜାରି ରହିଛି। ବିଭିନ୍ନ ସ୍କୁଲରେ ବିଶେଷ କାର୍ଯ୍ୟକ୍ରମ କରାଯାଇ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଉଛି। ନିକଟରେ ବିଭିନ୍ନ ସଫ୍ଟୱେୟାର କମ୍ପାନୀର ୨୫ସାଇବର ଏକ୍ସପର୍ଟ ଭଲ୍ୟୁଣ୍ଟର୍‌ ଭାବେ ଆମ ସହ ଯୋଡ଼ି ହୋଇ କାମ କରୁଛନ୍ତି। ଏକ୍ସପର୍ଟମାନେ ପୋଲିସକୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ଏହି ଅପରାଧ କମାଇବାକୁ ଆମ ପକ୍ଷରୁ ସ୍ବତନ୍ତ୍ର ପ୍ରୟାସ ଜାରି ରହିଥିବା ପ୍ରତୀକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ନୂଆ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର: ଆଉ ଖୋଲିବନି ନୂଆ ମଦ ଦୋକାନ! ବଢିଲା…

ଭୁବନେଶ୍ୱର,୨୬।୩: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି…

ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାବାସୀଙ୍କ ପାଇଁ…

ଭୁବନେଶ୍ୱର,୨୬।୩: ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଏନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri